Categories: ଫୁରସତ

ଏମିତି ଚାକିରି, ବୁଲାବୁଲି ଆଉ ମଦ ପିଇବାକୁ ମିଳେ ମୋଟା ଅଙ୍କର ଟଙ୍କା

ଦୁନିଆର ଲୋକେ ଅନେକ ଚାକିରି କରିଥାନ୍ତି। ଏଥିମଧ୍ୟରୁ କିଛି ଚାକିରି ବିପଦପୂର୍ଣ୍ଣ ରହିଥାଏ। ଫଳରେ ଜଣେ ବ୍ୟକ୍ତି ଏପରି ଚାକିରି ନାଁ ଶୁଣି ବି ଭୟଭୀତ ହୋଇଯାଇଥାନ୍ତି। କିନ୍ତୁ ଏହି ଦୁନିଆରେ ଏମିତି ଚାକିରି ଅଛି, ଯେଉଁଠି ବୁଲାବୁଲି ଆଉ ମଦ ପିଇବାକୁ ମିଳେ ପ୍ରଚୁର ଟଙ୍କା।

ଏକ ରିପୋର୍ଟ ଅନୁଯାୟୀ, ଏହି ଚାକିରି ବ୍ରିଟ୍‌ ଷ୍ଟପ ନାମକ ଏକ କମ୍ୟୁନିଟି ଦ୍ୱାରା ପ୍ରଦାନ କରାଯାଉଛି। ଏଥିରେ ପବ୍‌, ଓ୍ବିନେରୀ, ଫ୍ୟାକ୍ଟ୍ରି ସମେତ ପ୍ରାୟ ୧୦୦୦ଛୋଟ ବ୍ୟବସାୟ ରହିଛି। ଦୁନିଆରେ ଏହା ହେଉଛି ପ୍ରଥମ ପ୍ରକାରର କାର୍ଯ୍ୟ, ଯେଉଁଥିରେ ଆପଣଙ୍କୁ ନିଜେ ଏକ ମୋଟରଭାନ କିମ୍ବା କ୍ୟାମ୍ପଭ୍ୟାନ ଚଲାଇବାକୁ ପଡ଼ିବ। ବ୍ରିଟ୍‌ ଷ୍ଟପ୍‌ କମ୍ୟୁନିଟିରେ ୭୫୦ ରୁ ଅଧିକ ପବ୍‌ ଅନ୍ତର୍ଭୁକ୍ତ। ଏହି ଚାକିରିରେ, ଆପଣ ଶହ ଶହ ସୁନ୍ଦର ଏବଂ ମନୋରମ ସ୍ଥାନ ପରିଦର୍ଶନ କରିପାରିବେ ଏବଂ ଏକ ଭଲ ସ୍ଥାନରେ ରହିବାର ବ୍ୟବସ୍ଥା ମଧ୍ୟ ପାଇପାରିବେ।

ଖାଲି ଏତିକି ନୁହେଁ, ନାମୀଦାମୀ କମ୍ପାନୀର ମଦ ମଧ୍ୟ ପିଇବାକୁ ଟଙ୍କା ମିଳିବ। ଏପରି ସ୍ଥାନ ଯୁକ୍ତରାଷ୍ଟ୍ରର ବିଭିନ୍ନ ସ୍ଥାନରେ ରହିଛି। ପିଣ୍ଟ ଚେସର୍‌ କେବଳ ଗୋଟିଏ ରାତି ପାଇଁ ଗୋଟିଏ ସ୍ଥାନରେ ରହିବାକୁ ପଡ଼ିବ। ଯେତେବେଳେ ଏହା ଯାଞ୍ଚ କରାଯାଏ ଯେ, ଅର୍ଥ ନେଇ ମଦ୍ୟପାନ କରୁନାହାନ୍ତି ତେବେ ସେଠାରୁ ଯିବାକୁ ପଡ଼ିଥାଏ। ଏହି କର୍ମଚାରୀଙ୍କୁ ଏଥିପାଇଁ ଏକ ସୁସଜ୍ଜିତ ମୋଟରହୋମ୍‌ ଦିଆଯିବ ଏବଂ ପ୍ରତ୍ୟେକ ଦିନର ଯାତ୍ରା ପାଇଁ ଷ୍ଟାଇପେଣ୍ଡ୍‌ ଭାବରେ ଟଙ୍କା ବି ମିଳିବ। ଏହା ବ୍ୟତୀତ ବ୍ରିଟ ଷ୍ଟପ୍‌ସର ଆଜୀବନ ସଦସ୍ୟତା ମଧ୍ୟ ଦିଆଯିବ। ଏହି କାର୍ଯ୍ୟ ପାଇଁ ବୟସ ୧୮ ବର୍ଷରୁ ଅଧିକ ହେବା ଉଚିତ।

Share