ଏପରି ଲୋକ ନିଅନ୍ତି ୨ଥର ଜନ୍ମ, କାରଣ ଜାଣିଲେ …

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ବ୍ୟକ୍ତି ଖୁସିରେ ରହି ପାରିବେ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଚତୁର୍ଥ ଅଧ୍ୟାୟରେ ଏପରି ୩ ଜଣଙ୍କ ବିଷୟରେ କହିଛନ୍ତି ଯେଉଁମାନେ ଦୁଇଥର ଜନ୍ମ ନେଇଥାନ୍ତି। ଜାଣନ୍ତୁ ସେମାନଙ୍କ ବିଷୟରେ…

ଚାଣକ୍ୟ କହିଛନ୍ତି, ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟ ଦୁଇଥର ଜନ୍ମ ନିଅନ୍ତି।
ଥରେ ସେମାନେ ମାତୃ ଗର୍ଭରୁ ଏବଂ ଅନ୍ୟ ସମୟରେ ଗୁରୁଙ୍କ ଦ୍ୱାରା ଜ୍ଞାନ ପାଇବା ସମୟରେ।

ଭଗବାନ ସେମାନଙ୍କ ହୃଦୟରେ ବାସ କରନ୍ତି। ଅଳ୍ପ ବୁଦ୍ଧିଆ ବ୍ୟକ୍ତିଙ୍କ ପାଇଁ ଭଗବାନ ମୂର୍ତ୍ତିଗୁଡ଼ିକରେ ରୁହନ୍ତି।

କିନ୍ତୁ ଯେଉଁ ବ୍ୟକ୍ତି ସମଗ୍ର ବିଶ୍ୱକୁ ସମାନ ଢଙ୍ଗରେ ଦେଖନ୍ତି, ତାଙ୍କର ଭଗବାନ୍‌ ପୃଥିବୀର ପ୍ରତ୍ୟେକ କୋଣରେ ବିଦ୍ୟମାନ।