Posted inଫୁରସତ

ଏତେ ଉଚ୍ଚା ଟ୍ରାଇ ସାଇକେଲ!

ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା ଉପରୁ ପଡ଼ିବାର ଆଶଙ୍କା କମ୍‌ ଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ଟ୍ରାଇ ସାଇକେଲ ଅଛି, ଯାହାକୁ ଛୋଟ ପିଲା ଚଲାଇବା ଅସମ୍ଭବ। ବଡ଼ ଲୋକ ବି ଏହାକୁ ଚଲାଇବାକୁ ଡ଼ରିବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲ। ଏହା ଏତେ ଉଚ୍ଚା ଯେ, ଏହାର ସମ୍ପୂର୍ଣ୍ଣ ଉଚ୍ଚତାକୁ ଦେଖିଲେ ବେକ ଭାଙ୍ଗିଗଲା ଭଳି ଲାଗିବ। ଏହାର ଉଚ୍ଚତା ୪୧ ଫୁଟ୍‌ ୭ଇଞ୍ଚ ହୋଇଥିବାବେଳେ ଲମ୍ବ ୩୭ ଫୁଟ୍‌ ୪ ଇଞ୍ଚ ଓ ଚକଗୁଡିକର ବ୍ୟାସ ୧୭ ଫୁଟ୍‌। ଏହି ଟ୍ରାଇ ସାଇକେଲ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲର ମାନ୍ୟତା ପାଇଛି। ହାଇଦ୍ରାବାଦର କେ. ସୁଧାକର ନାମକ ବ୍ୟକ୍ତି ଏହାକୁ ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ୨୦୦୫, ଜୁଲାଇ ୧ ତାରିଖରେ ସେ ଏହାକୁ ବାହାଦୁରପୁରରେ ୫୦ ମିଟର ଯାଏ ଚଲାଇଥିଲେ। ଏହି ସାଇକେଲ ବାଦ୍‌ କେ. ସୁଧାକର ଅନେକ ଅଜବ ଓ ବିରାଟକାୟ କାର୍‌ ତିଆରି ପାଇଁ ମଧ୍ୟ ପ୍ରସିଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ବିଶ୍ୱକୁ କେଶ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରେ ଭାରତ, ମୁଣ୍ଡନ ପାଇଁ ଏହି ମନ୍ଦିର କରେ ସର୍ବାଧିକ ଆୟ

ନୂଆଦିଲ୍ଲୀ,୨୯।୯: କୌଣସି ବ୍ୟକ୍ତିଙ୍କ ମୁଣ୍ଡରେ ଥିବା କେଶ ତାଙ୍କ ବ୍ୟକ୍ତିତ୍ୱକୁ ବୁଝାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସମଗ୍ର ବିଶ୍ୱରେ କେଶ ବଜାରର ଦାମ୍‌...

ଏମିତି ଏକ ଗାଁ, ଯେଉଁଠି ଘର ଛାଡି ଆସିଥିବା ପ୍ରେମୀଯୁଗଳଙ୍କୁ ମିଳେ ଆଶ୍ରୟ, ଖାଇବା-ରହିବା ସବୁ ମାଗଣା

ସାରା ଦୁନିଆରେ ପ୍ରେମକୁ ନେଇ ପ୍ରତ୍ୟେକ ଭାଷା ଏବଂ ସାହିତ୍ୟରେ ଅନେକ ଲେଖା ରହିଛି। ଲୈଲା-ମଜନୁ ଏବଂ ରୋମିଓ-ଜୁଲିଏଟ ପରି ଅନେକ ନାମ ରହିଛି, ଯେଉଁମାନେ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର

ଭୁବନେଶ୍ବର ପଟିଆ ଅଞ୍ଚଳରେ ମୁଁ ରୁହେ। ବାପା ଡା. ରାମଚନ୍ଦ୍ର ପଟ୍ଟନାୟକ ଓ ମା’ ବାସନ୍ତୀ ପଟ୍ଟନାୟକଙ୍କର ମୁଁ ହେଲି ଏକମାତ୍ର ପୁଅ ପୁଣି ସବୁଠୁ...

ମୃତ୍ୟୁଦଣ୍ଡ ଦେବା ପରେ ଜଜ୍‌ କାହିଁକି ଭାଙ୍ଗିଦିଅନ୍ତି କଲମ, ଜାଣନ୍ତୁ ଏହା ପଛର ବଡ଼ କାରଣ…

ଯେତେବେଳେ ଜଣେ ଜଜ୍‌ କାହାକୁ ମୃତ୍ୟୁ ଦଣ୍ଡାଦେଶ ଦିଅନ୍ତି, ଏହା ପରେ ସେ ତାଙ୍କ କଲମ ଭାଙ୍ଗିଦିଅନ୍ତି। କିନ୍ତୁ ଏହା ପଛର କାରଣ ଜାଣନ୍ତି କି?...

ଗାନ୍ଧୀ ମନ୍ଦିର

ଜାତିର ପିତା ମହାତ୍ମାଗାନ୍ଧୀ ସ୍ବାଧୀନତା ଆନ୍ଦୋଳନ ସମୟରେ ଏକାଧିକଥର ଓଡ଼ିଶା ଆସିଥିବାବେଳେ ତାଙ୍କ ପଦଯାତ୍ରାରେ ସାମିଲ ହୋଇଥିଲେ ଓଡ଼ିଶାର ବହୁ ସ୍ବାଧୀନତା ସଂଗ୍ରାମୀ। ପରବର୍ତ୍ତୀ ସମୟରେ...

ସର୍ବଶ୍ରେଷ୍ଠ ସାମରିକ ଅପରେଶନ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ସେଦିନ ଅଧରାତିରେ ଲେଖାଯାଇଥିଲା ନୂଆ ଭାରତର ପଟ୍ଟକଥା: ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟ ଥିଲା ଚଳଚଞ୍ଚଳ

୨୮ ସେପ୍ଟେମ୍ବର ୨୦୧୬। ଏହି ଦିନ ରାତିରେ ସମଗ୍ର ଦେଶ ଶୋଇଥିଲା, କିନ୍ତୁ ଚଳଚଞ୍ଚଳ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ। ପାକିସ୍ତାନ ସୀମାରେ ପ୍ରବେଶ...

ଚାଉଳ କେ.ଜି.୧୦ ହଜାର ଟଙ୍କା

ଟୋକିଓ: ଭାରତୀୟମାନଙ୍କର ଦୈନନ୍ଦିନ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଚାଉଳକୁ ଧରାଯାଇଥାଏ। ବଜାରରେ ବିଭିନ୍ନ ମୂଲ୍ୟର ଚାଉଳ ଉପଲବ୍ଧ ରହିଥାଏ। ସେଠାରୁ ସାଧାରଣତଃ ଲୋକମାନେ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri