Categories: ଜାତୀୟ

ବିପିନ ରାଓ୍ବତଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି, ସମସ୍ତଙ୍କ ହୃଦୟ ଜିତିଲା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ.୧୦।୧୨: ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ପୂରା ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କେବଳ ଭାରତରେ ନୁହେଁ, ଅନେକ ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଡିସେମ୍ବର ୮ରେ ତାମିଲନାଡୁର କୁନୁରରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ସମେତ ୧୧ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।
ସୋସିଆଲ ମିଡିଆରେ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭିଡିଓ, ଫଟୋ ଏବଂ ମେସେଜ୍‌ ମାଧ୍ୟମରେ ଲୋକମାନେ ତାଙ୍କୁ ସ୍ମରଣ କରୁଛନ୍ତି। ଆଜିକାଲି ଟୁଇଟର୍‌ରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖାଯାଉଛି ଯେ, ଜଣେ ଚିତ୍ରକର ଓସ୍ତ ପତ୍ରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ଚିତ୍ର ଖୋଦିତ କରିଛନ୍ତି। ଏହା ପରେ ତାଙ୍କୁ ହାତରେ ପବନରେ ଉଡ଼ାଇ ଆକାଶକୁ ଦେଖାଉଛନ୍ତି। ଏହି ଭିଡିଓକୁ ଲୋକେ ପସନ୍ଦ କରୁଛନ୍ତି। ଏହା ଏତେ ଭାଇରାଲ ହୋଇଛି ଯେ ଏହାକୁ କିଛି ମିନିଟରେ ୯୯ ହଜାରରୁ ଅଧିକ ଥର ଦେଖାଯାଇଛି। ସୂଚନାଯୋଗ୍ୟ, ଶୁକ୍ରବାର ୧୩ଜଣଙ୍କ ଅନ୍ତିମ ସଂସ୍କାର କରାଯାଉଛି।

Share