Categories: ଫୁରସତ

ଏମିତି ଗାଁ ଯେଉଁଠି ଝିଅ ହେଇଯାଏ ପୁଅ

ବେଳେବେଳେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଶୁଣୁ ଯାହାକୁ ବିଶ୍ୱାସ କରି ହୁଏନା। ସେମିତି ଏକ କଥା ସମ୍ପର୍କରେ ଆମେ ଏଠାରେ କହୁଛୁ। ସାଧାରଣତଃ ତରୁଣ ଅବସ୍ଥା ଉଭୟ ଝିଅ ଓ ପୁଅଙ୍କ ପାଇଁ ଏକ ଅଜବ ଓ କଠିନ ସମୟ ହୋଇଥାଏ। ଏହି ସମୟରେ ଶାରିରୀକ ଓ ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଘଟେ। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ‘ଡୋମିନିକନ ରିପବ୍ଲିକ୍‌ର ଲା ସାଲିନାସ’ ନାମକ ଏକ ଗାଁରେ ଘଟେ ଏକ ଅଜବ ଘଟଣା। ଏହି ଗାଁର ଝିଅମାନେ ତରୁଣ ଅବସ୍ଥାକୁ ଆସିବା ପରେ ସେମାନଙ୍କ ଲିଙ୍ଗ ଆପେ ବଦଳିଯାଏ, ଶାରିରୀକ ଗଠନ ବଦଳିଯାଏ, କଣ୍ଠସ୍ବର ଭାରି ହୋଇଯାଏ। ଆଉ ସେମାନେ ପାଲଟି ଯାଆନ୍ତି ପୁଅ। ଏହି କାରଣ ଲାଗି ଏଠାକାର ଅଧିବାସୀ ନିଜ ଗାଁକୁ ଅଭିଶପ୍ତ ବୋଲି କୁହନ୍ତି। ଆଉ ଗାଁରେ ଝିଅ ଜନ୍ମ ହେଲେ ଲୋକେ ବହୁତ ଦୁଃଖ କରନ୍ତି। ଗାଁର ୯୦ଜଣ ପିଲାରୁ ଜଣେ ପିଲା ଏହି ସ୍ଥିତି ଦେଇ ଗତି କରିଥାଏ। ତେବେ ଏହା କେମିତି ସମ୍ଭବ ହେଉଛି ତା’ର କାରଣ ବୈଜ୍ଞାନିକମାନେ ବି ଖୋଜି ପାରି ନାହାନ୍ତି। ଗାଁ ଲୋକେ ତ ଭାବନ୍ତି କୌଣସି ଅଦୃଶ୍ୟ ଶକ୍ତିର ଛାଇ ଗାଁ ଉପରେ ରହିଛି। ତେବେ ଡାକ୍ତର କହୁଛନ୍ତି ଏହା କୌଣସି ଆନୁବଂଶିକ ବିକାର ଅଟେ। ସ୍ଥାନୀୟ ଭାଷାରେ ଏଭଳି ରୋଗରେ ପିଡିତ ପିଲାଙ୍କୁ ସୁଡ଼ୋହର୍ମାଫ୍ରଡାଇଟ୍‌ କୁହାଯାଏ। ଏହି କାରଣରୁ ଏବେ ଏଠାରେ ଝିଅଙ୍କ ସଂଖ୍ୟା କମିବାକୁ ଲାଗିଲାଣି।

Share