ଓଡ଼ିଶାରେ ଘଟିଲା ଏମିତି ଆଶ୍ଚର୍ଯ୍ୟଜନକ ଘଟଣା: ଚିତିବୋଡାକୁ ଖାଇଦେଲା ତେନ୍ତୁଳିଆ ବିଛା

କଣ୍ଟାପଡା,୧୩।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ସ୍ଥିତ ଓଲଟପୁରଠାରେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏକ ୧୦ ଇଞ୍ଚ ଲମ୍ବର ଚିତିବୋଡା ସାପକୁ ଏକ ୬ ଇଞ୍ଚର ତେନ୍ତୁଳିଆ ବିଛା ଖାଇଦେଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଓଲଟପୁରସ୍ଥିତ ଏସ୍‌ ଭି. ନିରତାର ଏକାଡେମୀ ବ୍ଲକର ପାଚେରୀରେ ଏକ ତେନ୍ତୁଳିଆ ବିଛା ଏକ ଚିତିବୋଡାକୁ କାମୁଡି ଧରିଥିଲା। ସକାଳ ସମୟରେ ସେହି ବାଟଦେଇ ଯାଉଥିବା ଜନୈକ ବ୍ୟକ୍ତି ଉକ୍ତ ଦୃଶ୍ୟଦେଖି ଅନ୍ୟମାନଙ୍କୁ ଡାକିଥିଲେ। ଉଭୟ ସାପ ଓ ବିଛା ଦୀର୍ଘସମୟ ଲଢ଼ିବାପରେ ଶେଷରେ ସାପଟି ବିଛାନିକଟରେ ହାର ମାନିଥିଲା। କିଛିସମୟ ଭିତରେ ବିଛାଟି ସାପକୁ ଖାଇଦେଇଥିଲା। ଘଟଣାଟି ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share