ବିବାହ ହେଉଛି ହସଖୁସିର ଉତ୍ସବ। ମାତ୍ର ଏକ ପ୍ରସ୍ତାବିତ ବିବାହରେ ଜଣେ ବରଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ସବୁକିଛି ହେଉଛି। ଖାଇବା, ପିଇବାଠାରୁ ଆରମ୍ଭ କରି ବେଦୀ ସଜ୍ଜା ସବୁକିଛି ତାଙ୍କ ନିର୍ଦ୍ଦେଶରେ ହେଉଛି। ଶେଷରେ ସେ ଏମିତି ଏକ ସର୍ତ୍ତ ରଖିଲେ, ଯାହା ଦ୍ୱାରା ବାହାଘର ଭାଙ୍ଗିବା ଉପରେ।
ଏମିତି ଘଟଣା ଘଟିଛି ବ୍ରିଟେନରେ। ସୋସିଆଲ ମିଡିଆରେ ଏହି ପୂରା ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ଲୋକେ କନ୍ୟାଙ୍କୁ ସମର୍ଥନ କରିଥିବା ବେଳେ ବରଙ୍କ ପରିବାରକୁ ଭୁଲ ବୋଲି କହିଛନ୍ତି।
ଯୁବତୀ ଜଣକ ପରିଚୟ ନ ଦେଇ କହିଛନ୍ତି, ଜାନୁୟାରୀ ୨୦୨୨ରେ ସେ ବିବାହ କରିବାକୁ ଯାଉଛନ୍ତି। ବର୍ତ୍ତମାନ ବିଶେଷ ଦିନର ସେ ଯୋଜନା ପ୍ରସ୍ତୁତ କରୁଛନ୍ତି। ବିବାହରେ ନାଚ, ଗୀତ, ପାନୀୟ ଏବଂ ଶୃଙ୍ଖଳିତ ସ୍ଥାନ, ଖାଦ୍ୟ ତାଲିକାକୁ ନେଇ ବିବାଦ ଦେଖାଦେଇଛି। କାରଣ ବରଙ୍କ ଭଉଣୀ ଚାହାନ୍ତି ତାଙ୍କୁ କେବଳ ଶାକାହାରୀ ଖାଦ୍ୟ ଦିଆଯାଉ। ଯଦି ଏପରି କରା ନ ଯିବ ତେବେ ସେ ଏହି ବିବାହରେ ଯୋଗ ଦେବେ ନାହିଁ। ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି କନ୍ୟା ଜଣକ। ଏଥିପାଇଁ ସେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ମତ ସାଉଁଟୁଛନ୍ତି। ଦେଖାଯାଉ ଆଗାମୀ ଜାନୁୟାରୀରେ କ’ଣ ଘଟୁଛି। ବିବାହ ହେଉଛି ନା ଭାଙ୍ଗୁଛି ଦେଖିବାକୁ ବାକି ରହିଲା।