ବିଶ୍ୱରେ ଅନେକ ଦେଶରେ ଅନେକ ରୀତିନୀତି ଚାଲିଚଳଣି ରହିଛି। ପ୍ରତ୍ୟେକ ଦେଶର ନିୟମ ପରମ୍ପରା ମଧ୍ୟ ଅଲଗା ଅଲଗା। ଆପଣ ନିଶ୍ଚିତ ଜିମ୍ବାଓ୍ବେ ଦେଶର ନାମ ଶୁଣିଥିବେ। ବିଶେଷକରି କ୍ରିକେଟ କ୍ଷେତ୍ରରେ ଏହାର ବେଶ୍ ସୁନାମ ରହିଛି। କିନ୍ତୁ ଜିମ୍ବାଓ୍ବେ ବିଷୟରେ କିଛି ମଜାଦାର କଥା ଅଛି, ଯାହାକୁ ବହୁତ କମ୍ ଲୋକ ଜାଣିଥିବେ।
ବିଶ୍ୱର ବିଭିନ୍ନ ଦେଶରେ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଥାଏ। ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଲେ ଅନେକ କୋର୍ଟ ପର୍ଯ୍ୟନ୍ତ ଯାଇଥାନ୍ତି। କିନ୍ତୁ ଜିମ୍ବାୱେରେ ଛାଡ଼ପତ୍ର ମାମଲା ଅନ୍ୟ ଦେଶ ତୁଳନାରେ ବହୁତ କମ୍ ଅଟେ। ଏହାର କାରଣ ହେଉଛି ଯେ, ଏଠାରେ ଥିବା ମହିଳାମାନେ ଛାଡ଼ପତ୍ରକୁ ଏକ ‘କଳଙ୍କ’ ଭାବରେ ବିବେଚନା କରନ୍ତି ଏବଂ ସେମାନେ ଛାଡ଼ପତ୍ର ନେବାକୁ ପସନ୍ଦ କରି ନ ଥାନ୍ତି।