Categories: ଫୁରସତ

ଏମିତି ଭାଷା, ଯାହା ଦୁନିଆର ଆଉ କେଉଁଠି ବ୍ୟବହୃତ ହୁଏ ନାହିଁ

ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ କମ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା ସମ୍ପର୍କରେ ଜାଣିଲେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଅଜବ ସ୍ଥାନ ରହିଛି ହିମାଚଳ ପ୍ରଦେଶରେ। ଏଠାକାର ଏକ ଗାଁ ଖୁବ ରହସ୍ୟମୟ। ଏହି ଗାଁର ଲୋକ ଏମିତି ଭାଷାରେ କଥାବାର୍ତ୍ତା କରନ୍ତି, ଯାହା ଅନ୍ୟ କୌଣସି ଲୋକ ବୁଝି ପାରିବେ ନାହିଁ। ଏହି ଗାଁର ନାଁ ‘ମାଲାନା’। ହିମାଳୟ ଶିଖରରେ ଥିବା ଏହି ଗାଁର ଚତୁଃପାର୍ଶ୍ୱରେ ଗଭୀର ଖାଲ ଏବଂ ବରଫର ପାହାଡ଼ ଘେରି ରହିଛି।

୧୭୦୦ ଲୋକ ବାସ କରୁଥିବା ଉକ୍ତ ଗାଁଟି ଦେଖିବାକୁ ଖୁବ ସୁନ୍ଦର। ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଏଠାକୁ ବିଶ୍ୱର ସବୁ ସ୍ଥାନରୁ ଲୋକେ ଆସିଥାନ୍ତି। ଏଠାକାର ଲୋକେ ‘କାନାଶି’ ନାମକ ଏକ ଭାଷାରେ କଥାବାର୍ତ୍ତା କରିଥାନ୍ତି। ଯାହା ବହୁତ ରହସ୍ୟଜନକ। ସେଠାକାର ଲୋକେ ଏହାକୁ ଏକ ପବିତ୍ର ଭାଷା ବୋଲି ବିବେଚନା କରିଥାନ୍ତି। ଏହି ଭାଷାର ଏକ ସ୍ବତନ୍ତ୍ର କଥା ହେଲା ଦୁନିଆର ଆଉ କେଉଁଠି ଏହି ଭାଷାରେ କେହି କଥାବାର୍ତ୍ତା କରନ୍ତି ନାହିଁ। ଏହି ଭାଷାକୁ ବାହାର ଲୋକଙ୍କୁ ମଧ୍ୟ ଏମାନେ ଶିଖାନ୍ତି ନାହିଁ। ଏହାକୁ ନେଇ ଅନ୍ୟ ଦେଶରେ ଅନୁସନ୍ଧାନ କରାଯାଉଛି।

Share