Posted inଫୁରସତ

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ ତାଙ୍କ ଉଚ୍ଚତା ୬ ଫୁଟ ୧୦ ଇଞ୍ଚ। ତାଙ୍କ ଗୋଡଗୁଡିକ ପ୍ରାୟ ଦେଢ ମିଟର ଲମ୍ବା। ବାମ ଗୋଡ଼ଟି ୧୩୫.୨୬୭ ସେ.ମି. ହୋଇଥିବାବେଳେ ଡାହାଣ ଗୋଡ ୧୩୪.୩ ସେ.ମି. ଲମ୍ବ। ଦୁଇଟି ଯାକ ଗୋଡ ତାଙ୍କ ଶରୀର ଉଚ୍ଚତାର ୬୦% ଅଟେ। ଏତେ ଲମ୍ବା ହୋଇଥିବାରୁ ତାଙ୍କୁ ଅନେକେ ଥଟ୍ଟା ପରିହାସ କରନ୍ତି। ହେଲେ ମ୍ୟାକି ନିଜର ଲମ୍ବା ଲମ୍ବା ଗୋଡ଼ ତଥା ଡେଙ୍ଗା ଶରୀରକୁ ଈଶ୍ୱରଙ୍କ ବରଦାନ ବୋଲି ମନେକରନ୍ତି। ଯଦିଓ ଏହାପାଇଁ କୌଣସି ଘରର ଦ୍ୱାର ଭିତରେ ପଶିବା, କାର୍‌ରେ ବସିବା କଷ୍ଟକର ହୁଏ। ପୋଷାକ ଫିଟ୍‌ ହୁଏନା। ତେବେ ଏହାର ଅନେକ ଉପକାରିତା ବି ଅଛି। ଏହି ଉଚ୍ଚତା ତାଙ୍କୁ ସ୍କୁଲ ଭଲିବଲ୍‌ ଟିମ୍‌ରେ ଭଲ ଖେଳିବାରେ ସାହାଯ୍ୟ କରେ। ମ୍ୟାକିଙ୍କ ପରିବାରରେ ସମସ୍ତେ ଡେଙ୍ଗା। ହେଲେ ମ୍ୟାକିଙ୍କ ଭଳି ଅସ୍ବାଭାବିକ ଡେଙ୍ଗା କେହି ନୁହନ୍ତି। ଏହି ଲମ୍ବା ଲମ୍ବା ଗୋଡ଼ ପାଇଁ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଲମ୍ବା ଗୋଡ଼ଥିବା କିଶୋରୀ ଓ ସବୁଠାରୁ ଲମ୍ବା ଗୋଡ ଥିବା ମହିଳାଭାବେ ରେକର୍ଡ କରିଛନ୍ତି। ଆଗାମୀ ଦିନରେ ସେ ସବୁଠାରୁ ଡେଙ୍ଗା ପେସାଦାର ମଡେଲର ରେକର୍ଡ କରିବାକୁ ଇଚ୍ଛା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri