କରୋନା ନେଇ ପିଲାଙ୍କଠାରେ ଦେଖାଯାଉଛି ଏଭଳି ଲକ୍ଷଣ…

ବେଙ୍ଗାଲୁରୁ,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ପିଲାଙ୍କ ମଧ୍ୟରେ ବହୁ ଅସ୍ବାଭାବିକ ଲକ୍ଷଣ ପ୍ରକାଶ ପାଇବାରେ ଲାଗିଛି। ଛୋଟ ପିଲାଙ୍କ ମଧ୍ୟରେ ଘରେ ବନ୍ଦ ରହିବା ଯୋଗୁ ଅତ୍ୟଧିକ କ୍ରୋଧ, ଚିଡ଼ିଚିଡ଼ାପଣ, ଆକ୍ରମଣାତ୍ମକ ମନୋଭାବ, ଶୋଇବା ସମ୍ପର୍କିତ ସମସ୍ୟା, ମାନସିକତାରେ ପରିବର୍ତ୍ତନ ଭଳି କେତେକ ଲକ୍ଷଣ ଦେଖାଦେଉଛି। ଏନେଇ ଏକ ଟୁଇଟର ମେସେଜ୍‌ ବେଶ୍‌ ଭାଇରାଲ ହେବାରେ ଲାଗିଛି। କେତେକ ଛୋଟ ପିଲା ଟିଭିରେ ପ୍ରସାରିତ ହେଉଥିବା କରୋନା ସମ୍ପର୍କିତ ଖବର ନେଇ ଭୟଭୀତ ହୋଇପଡୁଛନ୍ତି। ରିତେଶ୍‌ ବଙ୍ଗଲାନି ନାମକ ଜଣେ ବ୍ୟକ୍ତି ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ଘରେ ପିଲାଙ୍କ ହାତଗୋଡ଼ରେ ଖେଳକୂଦ ସମୟରେ ମାଡ଼ ଯୋଗୁ ଯନ୍ତ୍ରଣା ହେଲେ ସେମାନେ ପାଖକୁ ଆସି ମା ଅବା ବାପାଙ୍କୁ ପଚାରୁଛନ୍ତି ପ୍ଲିଜ୍‌ ଦେଖିଲ ଏଇଟା କ’ଣ କରୋନା ଲକ୍ଷଣ। ପାପା ମତେ କ’ଣ କରୋନା ହେଲା କି ଆଦି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି। ରିତେଶ୍‌ଙ୍କ ଏହି ଟୁଇଟ୍‌ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ବହୁ ସଂଖ୍ୟକ ୟୁଜର ଶେୟାର କରିବା ସହିତ ବେଶ୍‌ ଭାବୁକ ମନ୍ତବ୍ୟମାନ ଦେଉଛନ୍ତି।

Share