ଏମିତି ଥିଲା କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେମ କାହାଣୀ, ଏବେ ସ୍ତ୍ରୀଙ୍କଠାରୁ ହେବେ ଅଲଗା

ଓଟଓ୍ବା,୩ା୮: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ସ୍ତ୍ରୀ ସୋଫି ଟ୍ରୁଡୋ ଅଲଗା ହେବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ସମସ୍ତ ଆଇନଗତ କାର୍ଯ୍ୟ କରିସାରିଛି ଏବଂ ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।

ଏମାନଙ୍କ ବିଚ୍ଛେଦ ହେବା ଖବର ଯେତିକି ଚର୍ଚ୍ଚା, ପ୍ରେମ ମଧ୍ୟ ସେତିକି ଚର୍ଚ୍ଚାରେ ଥିଲା। ଜଷ୍ଟିନ ଟ୍ରୁଡୋ ଏବଂ ସୋଫି ଗ୍ରେଗୋଏର ପିଲାଦିନେ ସାକ୍ଷାତ ହୋଇଥିଲେ। ସୋଫି ଟ୍ରୁଡୋଙ୍କ ସାନ ଭାଇ ମିସେଲଙ୍କ ସହପାଠୀ ଥିଲେ ଏବଂ ୨୦୦୩ରେ ଏକ ଦାତବ୍ୟ କାର୍ଯ୍ୟକ୍ରମରେ ଦୁହେଁ ପୁନର୍ବାର ସାକ୍ଷାତ ହୋଇଥିଲେ।

ଏକ ରିପୋର୍ଟ ଅନୁଯାୟୀ, ସୋଫି କାନାଡାର ମ୍ୟାକଗିଲ ୟୁନିଭର୍ସିଟିରୁ ବାଣିଜ୍ୟ ଅଧ୍ୟୟନ କରିଛନ୍ତି। ୟୁନିଭର୍ସିଟି ଡି ମଣ୍ଟ୍ରିଆଲରୁ କମ୍ୟୁନିକେଶନରେ ବିଏ କରିଛନ୍ତି। ସୋଫି ୨୦୦୩ରେ ଯେତେବେଳେ ସେ ଟ୍ରୁଡୋଙ୍କୁ ଭେଟିଥିଲେ ସେତେବେଳେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଦୁଇ ବର୍ଷ ପରେ ଦୁହେଁ ବିବାହ କରିଥିଲେ।

ସୋଫି ଲିଙ୍ଗଗତ ସମାନତାର ଜଣେ ଆଡଭୋକେଟ ଅଟନ୍ତି ଏବଂ କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କୁ ନାରୀବାଦୀ ନୀତି ଗଠନ କରିବାରେ ଶ୍ରେୟ ଦେଇଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କ୍ୟାବିନେଟକୁ ଲିଙ୍ଗ-ସନ୍ତୁଳିତ ରଖିଛନ୍ତି ଏବଂ ମହିଳା ସଶକ୍ତିକରଣ ଉପରେ କାନାଡାର ବୈଦେଶିକ ନୀତିରେ ଅଧିକ ଧ୍ୟାନ ଦିଆଯାଇଛି।

ସୋଫିଙ୍କୁ ମଧ୍ୟ ବହୁତ ସୁନ୍ଦର ଭାବରେ ବିବେଚନା କରାଯାଏ। ୨୦୧୫ରେ ନ୍ୟୁୟର୍କ ପୋଷ୍ଟ ସୋଫିଙ୍କୁ ‘ଦୁନିଆର ସବୁଠାରୁ ହଟ୍‌ ପ୍ରଥମ ଲେଡ’ ବୋଲି କହିଥିଲା।

ସୂଚନାଯୋଗ୍ୟ, ସୋଫି ସ୍ବାମୀ ଜଷ୍ଟିନ ଟ୍ରୁଡୋଙ୍କଠାରୁ ଅଲଗା ହେବା ପରେ ଅଟ୍ଟୋରେ ଏକ ଭିନ୍ନ ସ୍ଥାନରେ ରହିବେ । ପିଲାମାନେ ମଧ୍ୟ ସେମାନଙ୍କ ସହିତ ରହିବେ ବୋଲି ଆଶା କରାଯାଉଛି।

Share