ବ୍ଲକ କାର୍ଯ୍ୟାଳୟ ଆଗରେ ଏସ୍‌ୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

ଭୋଗରାଇ,୨୮।୨(ପ୍ରଦୀପ ଦାସ): ୧୪ ଦଫା ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଶାଖା ପକ୍ଷରୁ ଶୁକ୍ରବାର ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏସ୍‌ୟୁସିଆଇ କର୍ମକର୍ତ୍ତା ଏକାଠି ହୋଇ ଭୋଗରାଇ ଥାନା ଛକ ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଭୋଗରାଇ ବ୍ଲକ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିକ୍ଷୋଭ ବେଳେ ଆନ୍ଦୋଳନକାରୀ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ଦକ୍ଷିଣ ଭୋଗରାଇର ପାଣି ନିଷ୍କାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବା, ବିଦ୍ୟୁତ୍‌ ପ୍ରିପେ ସ୍ମାର୍ଟ ମିଟର ଯୋଜନା ପ୍ରତ୍ୟାହାର କରିବା, ଘରୋଇ ଗ୍ରାହକଙ୍କୁ ୩ଶହ ୟୁନିଟ ବିଦ୍ୟୁତ୍‌ ନିଃଶୁଳ୍କ ଯୋଗାଇଦେବା, ଅଗଣତାନ୍ତ୍ରିକ ଜାତୀୟ ଶିକ୍ଷାନୀତି ୨୦୨୦କୁ ବାତିଲ କରି ସାର୍ବଜନୀନ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ବିଜ୍ଞାନ ସମ୍ମତ ଶିକ୍ଷା ପଦ୍ଧତି ପ୍ରଚଳନ କରିବା, ଡାକ୍ତରଖାନାଗୁଡିକରେ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ଆବଶ୍ୟକୀୟ ଉଚ୍ଚମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା, ସରକାର ସିଧାସଳଖ କୃଷକଙ୍କ ଠାରୁ କୃଷିଜାତ ସାମଗ୍ରୀ କିଣି ଶୀତଳଭଣ୍ଡାର ପ୍ରତିଷ୍ଠା କରିବା, ମାଙ୍କଡ଼ ଉପଦ୍ରବରେ ଚାଷୀଙ୍କୁ ସୁରକ୍ଷା ଯୋଗାଇ ଦେବାମୁ ଦାବି କରାଯାଇଥିଲା।

ଏପରିକି ବିକ୍ଷୋଭକାରୀମାନେ ହାତରେ ବିଭିନ୍ନ ପ୍ଲାକକାର୍ଡ ଧରି ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ଦୀର୍ଘ ସମୟ ବିକ୍ଷୋଭ ପରେ ଏସ୍‌ୟୁସିଆଇର ସଦସ୍ୟ କ୍ରିଷ୍ନା ରାଣୀ ସାହୁ, ଜିଲା ସମ୍ପାଦକ ନିରାକାର ପାଣ୍ଡ, ଉମାକାନ୍ତ ଦାସ, ସସ୍ମିତା ମାହାନ୍ତି, ହରେକୃଷ୍ଣ ଦାସ କଳ୍ପନା ଦାସ ପ୍ରମୁଖ ସରାକର ଦାବି ନ ମାନିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଥିଲେ l ପରେ ଏକ ପ୍ରତିନିଧି ଦଳ ଭୋଗରାଇ ବିଡ଼ିଓ ପ୍ରଶାନ୍ତ ମହାରଣାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri