ତୃତୀୟ ଦିନରେ ସୁଦାନ ବିଦ୍ରୋହ: ୯୭ ନାଗରିକ ମୃତ

ଖାର୍ଟୋମ, ୧୮।୪: ସୁଦାନ ରାଜଧାନୀ ଖାର୍ଟୋମ୍‌ରେ ସେନା ଓ ଶକ୍ତିଶାଳୀ ବିଦ୍ରୋହୀ ସଙ୍ଗଠନ ମଧ୍ୟରେ ସଂଘର୍ଷ ସୋମବାର ତୃତୀୟ ଦିନରେ ପହଞ୍ଚିଛି। ଏଥିରେ ଅନୂ୍ୟନ ୯୭ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ସେଣ୍ଟ୍ରାଲ ଖାର୍ଟୋମର ରାସ୍ତାରେ କୁଢ଼ କୁଢ଼ ମୃତଦେହ ପଡ଼ିରହିଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ସେନା ଓ ବିଦ୍ରୋହୀ ସଙ୍ଗଠନ ମଧ୍ୟରେ ସଂଘର୍ଷ ତୀବ୍ର ରୂପ ଧାରଣ କରିଥିବାବେଳେ ସହର ଭିତରେ ସ୍ଥାନେ ସ୍ଥାନେ ମେଶିନ୍‌ ଗନ୍‌, ଟ୍ୟାଙ୍କ ରଖାଯାଇଛି। ଫାଇଟର ଜେଟ ସାଙ୍ଗକୁ ଆଣ୍ଟି-ଏୟାର କ୍ରାଫ୍ଟ ମିଶାଇଲ ମଧ୍ୟ ଆକାଶରେ ଉଡ଼ୁଛି। ବିଦ୍ରୋହ ଯୋଗୁ ପାଖାପାଖି ୮୮ ଛାତ୍ରୀଛାତ୍ର ଓ ଶିକ୍ଷକ ଏକ ଇଞ୍ଜିନିୟରିଂ କଲେଜ୍‌ ଲାଇବ୍ରେରିରେ ଫସି ରହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ସହିତ ୪ ମହାଦେଶର ପ୍ରମୁଖ କୂଟନୀତିଜ୍ଞ ଏ ନେଇ ଆଲୋଚନା କରିବେ।

Share