ସୁଦାନରେ ଫସିଥିବା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦେଲା ଭାରତ, ବୈଦେଶିକ ମନ୍ତ୍ରୀ କଲେ ପ୍ରଶଂସା

ନୂଆଦିଲ୍ଲୀ/କଲମ୍ବୋ,୨୫।୪: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ମଧ୍ୟରେ ବିଭିନ୍ନ ଦେଶର ନାଗରିକ ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସବୁ ଦେଶ ଚେଷ୍ଟା ଜାରି ରଖିଛନ୍ତି। ଏହି ଗୃହ ଯୁଦ୍ଧ ମଧ୍ୟରେ ଭାରତ ଦ୍ୱାରା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତାବ ଦିଆଯାଇଛି। ଏପରି ପ୍ରସ୍ତାବକୁ ଶ୍ରୀଲଙ୍କା ପ୍ରଶଂସା କରିଛି।

ଭାରତର ପ୍ରଶଂସା କରି ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଏମୟୁଏମ ଅଲି ସାବରି ସୋମବାର ଟୁଇଟ କରି କହିଛନ୍ତି, ଆମେ ସୁଦାନରେ ଆମ ନାଗରିକଙ୍କ ସ୍ଥିତି ଉପରେ ଦୃଷ୍ଟି ରଖିଛୁ। ସେଠାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯୁଦ୍ଧ କାଳୀନ ଭିତ୍ତିରେ କାମ ଚାଲିଛି। ଇତିମଧ୍ୟରେ ଭାରତ ଦ୍ୱାରା ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ନେଇ ଶ୍ରୀଲଙ୍କା ଭାରତକୁ ପ୍ରଶଂସା କରିଛି। ଶ୍ରୀଲଙ୍କା କହିଛି କି ଆମେ ଆଶା କରୁଛୁ କି ଏବେ ଆମେ ଶୀଘ୍ର ଆମ ନାଗରିକଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିପାରିବୁ।

Share