ସୁଡାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ, ରକେଟ୍‌ ବର୍ଷାରେ ୧୬ମୃତ

ଖାର୍ତୁମ,୨୩।୭: ସୁଡାନର ଦାରଫୁରରେ ଶନିବାର-ରବିବାର ମଧ୍ୟରାତ୍ରିରେ ସେନା ଏବଂ ପାରାମିଲିଟାରୀ ଫୋର୍ସ (ରାପିଡ ସପୋର୍ଟ ଫୋର୍ସ) ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ସଂଘର୍ଷରେ ଉଭୟ ପକ୍ଷରୁ ଅସ୍ତ୍ର ବ୍ୟବହାର କରାଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା କି, ଉଭୟ ପକ୍ଷରୁ ରକେଟ ବର୍ଷା ହୋଇଥିଲା। ଏଥିରେ ୧୬ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି।

ସ୍ଥାନୀୟ ଓକିଲ ସଂଘଙ୍କ କହିବାନୁସାରେ, ଏହି ସଂଘର୍ଷ ମୁଖ୍ୟତଃ ନୟଲାର ଦକ୍ଷିଣରେ ଥିବା ଦାରଫୁରରେ ହୋଇଛି। ଏହା ବ୍ୟତୀତ ପଶ୍ଚିମ ଦାରଫୁରର ଲୋକଙ୍କୁ ଟାର୍ଗେଟ କରିଥିବା କିଛି ସ୍ନାଇପର ସୁଟରଙ୍କ ଖବର ମଧ୍ୟ ଆସିଛି। ସେନା ଏବଂ ଆରଏସଏଫ ମଧ୍ୟରେ ଏହି ସଂଘର୍ଷ ହେତୁ ହଜାର ହଜାର ଲୋକ ପଶ୍ଚିମ ଦାରୁଫରରୁ ପଳାୟନ କରିଛନ୍ତି।

ସୂଚନାଯୋଗ୍ୟ, ସୁଡାନରେ ସେନା ଏବଂ ପାରାମିଲିଟାରୀ ଫୋର୍ସ (ଆରଏସଏଫ) ମଧ୍ୟରେ ବିବାଦ ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିଲା। ସେବେଠାରୁ ଏହି ହିଂସାରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ଖାଦ୍ୟ ନିରାପତ୍ତା ଆଶଙ୍କା ବୃଦ୍ଧି ପାଇଛି।

Share