ଓସ୍କାର ଦୌଡ଼ରେ ସୁଦାନ ଫିଲ୍ମ

କାଇରୋ,୨୭ା୧୨: ଅନ୍ତର୍ଜାତୀୟ ପୁରସ୍କାର ଦୌଡ଼ରେ ଦୀର୍ଘଦିନରୁ ବାଦ୍‌ ପଡିଥିବା ସୁଦାନ ଏବେ ଏଥିରେ ପ୍ରବେଶ ପାଇଁ ପଦକ୍ଷେପ ନେଇଛି। ଓସ୍କାର ପୁରସ୍କାର ପାଇବାକୁ ସୁଦାନର ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରଥମ ଥର ପାଇଁ ନିଜକୁ ତାଲିକାଭୁକ୍ତ କରିଛି। ୟୁରୋପୀୟ ଏବଂ ଇଜିପ୍ଟ କମ୍ପାନୀ ଦ୍ୱାରା ନିର୍ମିତ ଫିଲ୍ମ ‘ୟୁ ଉଇଲ୍‌ ଡାଏ ଆଟ ଟ୍ବେଣ୍ଟି’ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବ। କାହାଣୀଟି ଜଣେ ଯୁବକଙ୍କ ଉପରେ ଆଧାରିତ ଯାହାଙ୍କ ମୃତ୍ୟୁ ୨୦ ବର୍ଷରେ ହୋଇଯିବ ବୋଲି ଭବିଷ୍ୟବାଣୀ ହୋଇଛି। ଜଣେ ଧର୍ମଗୁରୁ ଏହି ଭବିଷ୍ୟବାଣୀ କରିବା ପରେ କିପରି ସମ୍ପୃକ୍ତ ଶିଶୁଙ୍କ ସହ ମହିଳାଙ୍କୁ ତାଙ୍କ ସ୍ବାମୀ ଛାଡ଼ି ଦେଇଛନ୍ତି ଏବଂ ୨୦ ବର୍ଷ ପର୍ଯ୍ୟନ୍ତ ପିଲାଟି ଉପରେ କିପରି ମହିଳା ଜଣକ ନଜର ରଖି ତାଙ୍କୁ ବଡ଼ କରିଛନ୍ତି ତାହା ଅତି ରୋଚକ ଢଙ୍ଗରେ ଦର୍ଶାଯାଇଛି। ଏଥିସହ ସୁଦାନରେ ଯୁବପିଢି କିପରି ଦୁର୍ଦ୍ଦଶାର ସହ ବଞ୍ଚୁଛନ୍ତି ତାହା ଗଭୀର ଭାବେ ଦେଖାଯାଇଛି।

Share