ଖାଦ୍ୟ ପାଇଁ ସୈନ୍ୟଙ୍କୁ ଦେହଦାନ କରୁଛନ୍ତି ସୁଦାନ ମହିଳା

ନୂଆଦିଲ୍ଲୀ,୨୩ା୭:ଯୁଦ୍ଧ କ୍ଷତିଗ୍ରସ୍ତ ସୁଦାନର ଜନସାଧାରଣ ଉତ୍କଟ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି। ସେଠାର ମହିଳାମାନେ ପରିବାର ସଦସ୍ୟଙ୍କୁ ଖାଦ୍ୟ ଯୋଗାଇବାକୁ ଯାଇ ସୈନ୍ୟମାନଙ୍କୁ ଦେହଦାନ କରିବାକୁ ବାଧ୍ୟ ହେଉଥିବା ଏକ ରିପୋର୍ଟ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ବହୁସଂଖ୍ୟାରେ ମହିଳା ସେମାନଙ୍କ ଦୁତ୍ଃଖ କାହାଣୀ ବଖାଣିଛନ୍ତି। ସୁଦାନର ଓମଡୁରମାନ ସହର ଛାଡ଼ି ପଳାଇଆସିଥିବା କେତେଜଣ ମହିଳାଙ୍କ କହିବା ଅନୁଯାୟୀ, ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇବା ପାଇଁ ସେମାନଙ୍କ ନିମନ୍ତେ ଏକମାତ୍ର ଉପାୟ ହେଲା ସୈନ୍ୟମାନଙ୍କ ସହ ଯୌନ ସମ୍ପର୍କ ରକ୍ଷା କରିବା। ଖାଦ୍ୟ ଗଚ୍ଛିତ ଥିବା ଫ୍ୟାକ୍ଟ୍ରିଗୁଡ଼ିକରେ ଉକ୍ତ ମହିଳାଙ୍କୁ ସୈନ୍ୟମାନେ ଯୌନ ଉତ୍ପୀଡ଼ନ ଦେଇଥାନ୍ତି। ଗତବର୍ଷ ଏପ୍ରିଲ ୧୫ରେ ସୁଦାନରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ମହିଳାମାନେ ଖାଦ୍ୟ ପାଇଁ ଦେହ ବ୍ୟବସାୟ କରିବା ଆରମ୍ଭ କରିଥିଲେ। ସୁଦାନ ଯୁଦ୍ଧରେ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିତ୍ବାବେଳେ କୋଟିଏରୁ ଊର୍ଦ୍ଧ୍ୱ ବିସ୍ଥାପିତ ହୋଇଛନ୍ତି। ରହିଯାଇଥିବା ଲୋକମାନେ ଘୋର ଦୁର୍ଭିକ୍ଷ ମଧ୍ୟରେ କାଳାତିପାତ କରୁଛନ୍ତି।

Share