ଅତିଶୀଘ୍ର ଭୁଲିହୋଇଗଲାଣି ସୁଦପଡ଼ା

ଭୁବନେଶ୍ୱର, ୩୦।୧୨(ଲାଲା ସୁନୀଲ କୁମାର ରଥ): ଗତ ୬ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୦ଜିଲାର ପ୍ରାୟ ୩୦ଟି ସ୍ଥାନରେ ଦେଶୀ ମଦ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଆୟକର(ଇନ୍‌କମ୍‌ ଟ୍ୟାକ୍ସ) ଚଢ଼ାଉ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲାର ସୁଦପଡ଼ା, ଟିଟିଲାଗଡ଼ ଏବଂ ସମ୍ବଲପୁର ଜିଲା କ୍ଷେତରାଜପୁରର ବିଭିନ୍ନ ମଦଭାଟି ଓ ମଦ ବ୍ୟବସାୟୀଙ୍କ ବାସଭବନ ରହିଥିଲା। ଚଢ଼ାଉ ସମୟରେ ଆଖି ଝଲସିବା ଭଳି ଟଙ୍କା ଜବତ ହୋଇଥିଲା। କେବଳ ସୁଦପଡ଼ାସ୍ଥିତ ବ୍ୟବସାୟିକ ପ୍ରତିଷ୍ଠାନରୁ ଆଲ୍‌ମିରା ଭର୍ତ୍ତି ଟଙ୍କାକୁ ୧୭୬ଟି ବ୍ୟାଗ୍‌ରେ ଭର୍ତ୍ତି କରି ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଗଣତି କରିବାକୁ ୬ଦିନ ଲାଗିଯାଇଥିଲା। ହେଲେ ନା ଆୟକର ବିଭାଗ ଅଧିକାରୀ କିମ୍ବା ଷ୍ଟେଟ ବ୍ୟାଙ୍କ କର୍ମଚାରୀ କେହି ହେଲେ କେତେ ଟଙ୍କା ଜବତ ହେଲା ସେନେଇ ମୁହଁ ଖୋଲିଲେ ନାହିଁ। ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଅସମର୍ଥିତ ସୂତ୍ର ଦର୍ଶାଇ ବିଭିନ୍ନ ତାରିଖରେ ଭିନ୍ନ ଭିନ୍ନ ରାଶି ଜବତ ହୋଇଥିବା ପ୍ରକାଶ ପାଇଥିଲା। କେହି କେହି ୩୦୫ କୋଟି ଟଙ୍କା ଜବତ ହୋଇଥିବା କହିଥିବାବେଳେ କେହି ୩୫୦ କୋଟି ଏବଂ ଆଉ କେହି ୪୦୦ କୋଟି ଟଙ୍କା ଜବତ ହୋଇଥିବା ମଧ୍ୟ ପ୍ରକାଶ କରିଥିଲେ। ହେଲେ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆ ନ ଯିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ବଢ଼ିବାରେ ଲାଗିଥିଲା। ପରବର୍ତ୍ତୀ ସମୟରେ ଗତ ୨୧ତାରିଖରେ ଆୟକର ବିଭାଗ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜାରି କରାଯାଇ ମୋଟ ୩୫୧କୋଟି ନଗଦ ଟଙ୍କା ଏବଂ ୨.୮କୋଟି ଟଙ୍କାର ଅଳଙ୍କାର ଜବତ କରାଯାଇଥିବାବେଳେ କେବଳ ସୁଦପଡ଼ା, ଟିଟିଲାଗଡ଼ ଏବଂ କ୍ଷେତରାଜପୁରରରୁ ୩୨୯ କୋଟି ଟଙ୍କା ଜବତ ହୋଇଥିବା କୁହାଯାଇଥିଲା। ତେବେ ସୁଦପଡ଼ାରୁ ଜବତ ହୋଇଥିବା ୨୮୫କୋଟି ଟଙ୍କା ଷ୍ଟେଟ ବ୍ୟାଙ୍କରେ ଜମା କରାଯାଇଥିବା ଆୟକର ବିଭାଗର ଜଣେ ଅଧିକାରୀ କହିଥିବା ବେଳେ ବାକି ଟଙ୍କା କୁଆଡ଼େ ଗଲା ସେନେଇ କେହି ମୁହଁ ଖୋଲୁନାହାନ୍ତି। ଏପରି କି ଏହି ଚଢ଼ାଉର ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଉଛି, ତାହା ମଧ୍ୟ ସମସ୍ତଙ୍କୁ ଅଜଣା ପାଲଟିଛି। ଆଲୋଚନା ହେଉଛି କି ଚଢ଼ାଉ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ସହ ଝାଡ଼ଖଣ୍ଡର କଂଗ୍ରେସ ରାଜ୍ୟ ସଭା ସଦସ୍ୟ ଧୀରଜ ସାହୁଙ୍କ ଲିଙ୍କ୍‌ ଥିବା କୁହାଯାଇଥିଲା। ସେଥିରୁ ବୁଝିବା କଥା ଯେ, ଭାଜପା ଶାସିତ କେନ୍ଦ୍ର ସରକାରଙ୍କ ଅଧୀନ ଆୟକର ବିଭାଗ ଉପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କେହି ଚାପ ପକାଇ ପାରିବେ ନାହିଁ। ତଥାପି ଜବତ ଏବଂ ଜମା ଅର୍ଥର ତାଳମେଳ ନ ରହିବା ପଛରେ କେଉଁ କାରଣ ରହିଛି।
ପ୍ରକାଶ ଯେ, ଆୟକର ବିଭାଗ ପକ୍ଷରୁ ଚଢ଼ାଉରେ ଓଡ଼ିଶାରୁ ଏତେ ଟଙ୍କା ଜବତ କରାଯିବା ପ୍ରଥମ ଘଟଣା। ଏହାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ମଦଭାଟିରୁ କୋଟି କୋଟି ଟଙ୍କା ଜବତ ସମ୍ପର୍କରେ ଉଲ୍ଲେଖ କରିବା ପରେ ମଧ୍ୟ ସରକାରୀ ସ୍ତରରେ କେବେ ସ୍ପଷ୍ଟ ତଥ୍ୟ ଦିଆ ନ ଯିବା ହେତୁ ସନ୍ଦେହ ସୃଷ୍ଟି ହେଉଛି। ଏହା ବ୍ୟତୀତ ଏତେ ଟଙ୍କା ଜବତ ହେବା ପରେ ଏହାକୁ ନେଇ ବ୍ୟାଙ୍କରେ ୬ଦିନ କାଳ ଗଣା ହୋଇଥିଲା। ଗଣତିରେ ବ୍ୟାଙ୍କର ବହୁ କର୍ମଚାରୀ ସାମିଲ ହୋଇଥିଲେ। ହେଲେ ଉକ୍ତ ଗଣତି ବେଳର ଭିଡିଓଗ୍ରାଫି କରାଗଲା ନାହିଁ। ଫଳରେ ବାସ୍ତବରେ କେତେ ଟଙ୍କା ଜବତ ହେଲା ସେ ସମ୍ପର୍କରେ କୌଣସି ବିଧିବଦ୍ଧ ତଥ୍ୟ ରଖାଗଲା ନାହିଁ। ବଡ଼ ବଡ଼ ଚଢ଼ାଉ ସମୟରେ ଭିଡିଓଗ୍ରାଫି କରାଗଲେ, ଚଢ଼ାଉ ଏବଂ ଜବତ ପରିମାଣର ସ୍ବଚ୍ଛତା ରହିଥାଏ। କିନ୍ତୁ ଏଠାରେ ଏହାକୁ ଅନୁପାଳନ କରାଯାଇ ନାହିଁ। ଆଜିର ଭାରତ ବର୍ଷରେ ବିରାଟକାୟ ଅର୍ଥନୈତିକ, ସାମରିକ କିମ୍ବା ସାମାଜିକ କାର୍ଯ୍ୟରୁ ଦୃଷ୍ଟି ହଟାଇବା ପାଇଁ ସରକାର ବିଧିବଦ୍ଧ ବିଭିନ୍ନ ପ୍ରକାର ବିସ୍ଫୋରଣ ଘଟାଉଛନ୍ତି। ଏହା ଫଳରେ ଜନସାଧାରଣ ଗୋଟିଏ ବୋମାର ବିସ୍ଫୋରଣ ଶୁଣି ତାବ୍‌ଦା ହୋଇଥିବା ସମୟରେ ଅନ୍ୟ ଏକ ବିସ୍ଫୋରଣର ବନ୍ଦୋବସ୍ତ କରି ଦିଆଯାଉଛି। ତେଣୁ ଜନସାଧାରଣ ଏହି ମୁହୂର୍ତ୍ତର ବିସ୍ଫୋରଣ ଶୁଣିବା ବେଳକୁ ପୂର୍ବ ବିସ୍ଫୋରଣକୁ ପାସୋରି ଯାଉଛନ୍ତି। ଶାସକମାନେ ଏହାକୁ ଭଲ ଭାବରେ ବୁଝି ସାରିଥିବା ହେତୁ ଏବେ ଆୟକର ବିଭାଗର ଦେଶୀ ମଦ ସାମ୍ରାଜ୍ୟ ଉପରେ ଚଢ଼ାଉକୁ ଜନସାଧାରଣ ବାସ୍ତବରେ ଭୁଲିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri