ପୁରୁଷୋତ୍ତମପୁର,୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଓ ତହସିଲ କାର୍ଯ୍ୟାଳୟ ଲାଗି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ରୂପେ ସୁଦର୍ଶନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଚିଠି ନଂ ୨୦୨୫୧୯ ପ୍ରକାରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ବିଧାୟକଙ୍କ ଅନୁପସ୍ଥିତିରେ ସୁଦର୍ଶନ ବିଧାୟକଙ୍କ ଦାୟିତ୍ୱ ତୁଲାଇବେ।