କୋଇଲା ଖଣି ଉପରେ ଅତର୍କିତ ଆକ୍ରମଣ: ଚାଳିଗଲା ୨୦ ଜୀବନ

ବାଲୁଚିସ୍ତାନ,୧୧।୧୦: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଏକ କୋଇଲା ଖଣି ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ। ଡୁକି ଜିଲାରେ ଏହି ଆକ୍ରମଣ ହୋଇଥିଲା। ବନ୍ଧୁକଧାରୀମାନେ ଖଣି ନିକଟରେ ରହୁଥିବା ଲୋକଙ୍କ ଘରକୁ ଘେରି ରହିଥିଲେ ଏବଂ ନିର୍ଦ୍ଦିଷ୍ଟ ଭାବରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଅଧିକାରୀ ହୁମାୟୁନ ଖାନ ନାସିର କହିଛନ୍ତି, ମୃତ ଓ ଆହତମାନଙ୍କ ମଧ୍ୟରୁ ଅଧିକାଂଶ ବାଲୁଚିସ୍ତାନର ପାଶ୍ଟୁନ ଭାଷାଭାଷୀ ଅଞ୍ଚଳରୁ ଆସିଛନ୍ତି ଏବଂ ମୃତକଙ୍କ ମଧ୍ୟରେ ତିନିଜଣ ଆଫଗାନିସ୍ତାନ ନାଗରିକ ମଧ୍ୟ ଅଛନ୍ତି।

Share