ହଠାତ୍‌ ଆଖିବୁଜା ଗୁଳିମାଡ଼: ୪୦ ମୃତ

ଆବୁଜା,୨୨।୫:ଆଫ୍ରିକୀୟ ଦେଶ ନାଇଜେରିଆର ଏକ ଗାଁ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗାଁରେ ଆଖିବୁଜା ଭାବେ ଗୁଳି ଚଳାଇଥିଲେ। କେବଳ ଏତିକି ନୁହେଁ, ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ଅନେକ ଲୋକଙ୍କୁ ମଧ୍ୟ ଅପହରଣ କରାଯାଇଥିଲା। ଏଠାରେ କୃଷକ ଏବଂ ମେଷପାଳକଙ୍କ ମଧ୍ୟରେ ବାରମ୍ବାର ସଂଘର୍ଷ ଘଟେ। ଏହି ଘଟଣା ଉତ୍ତର-କେନ୍ଦ୍ରୀୟ ନାଇଜେରିଆରେ ଅବସ୍ଥିତ ପଠାରି ରାଜ୍ୟରେ ଘଟିଛି।
ପଠାରି ି ପୋଲିସର ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି, ପଠାରି ବଙ୍ଗଲାଲ ଜଙ୍ଗଲରେ ସୁରକ୍ଷା ଏଜେଣ୍ଟଙ୍କ ଆକ୍ରମଣରୁ ପଳାୟନ କରୁଥିବା ଦୁର୍ବୃତ୍ତମାନେ ଜୁରାକ ଏବଂ ଡକାଇ ଗ୍ରାମ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ଏଜେଣ୍ଟମାନେ ୭ ଜଣ ଆକ୍ରମଣକାରୀଙ୍କୁ ହତ୍ୟା କରିଥିଲେ। ପଳାୟନ କରୁଥିବା ବେଳେ ଆକ୍ରମଣକାରୀ ୯ ଜଣଙ୍କୁ ନିପାତ କରିଥିଲେ।

Share