Categories: ଖେଳ

ଅଚାନକ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ: ଟେଷ୍ଟ ସିରିଜ୍‌ ଚାଲିଥିବାବେଳେ ୩ ଖେଳାଳିଙ୍କୁ ଦଳରୁ ବିଦା କଲା ବିସିସିଆଇ

ନୂଆଦିଲ୍ଲୀ,୧।୧୦: କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ହେଉଛି ପଞ୍ଚମ ଦିନ। ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ ସହ କାନପୁର ଟେଷ୍ଟକୁ ରୋମାଞ୍ଚକର କରିଛି। ଗୋଟିଏ ପଟେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ସହ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିବାବେଳେ ଅନ୍ୟ ପଟେ ବିସିସିଆଇ ହଠାତ୍‌ ଏକ ବଡ ନିଷ୍ପତ୍ତି ନେଇ କାନପୁରରେ ଟେଷ୍ଟ ମ୍ୟାଚ ଖେଳୁଥିବା ଟିମ ଇଣ୍ଡିଆର ତିନି ଖେଳାଳିଙ୍କୁ ବିଦା କରିଛି।

ଏହି ତିନି ଖେଳାଳିଙ୍କ ତାଲିକାରେ ବ୍ୟାଟ୍ସମ୍ୟାନ ସରଫରାଜ ଖାନ, ଧ୍ରୁବ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦୟାଲ ଅଛନ୍ତି। ଇରାନ କପ ମ୍ୟାଚ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୧ ରୁ ୫ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଅଂଶଗ୍ରହଣ ହେତୁ ବୋର୍ଡ ଏହି ତିନି ଖେଳାଳିଙ୍କୁ ଭାରତୀୟ ଦଳରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ବିସିସିଆଇ ସୋମବାର ସୋସିଆଲ ମିଡିଆ ଜରିଆରେ ଏକ ଅପଡେଟ୍‌ ଜାରି କରି କହିଛି, ଆସନ୍ତାକାଲିଠାରୁ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ଇରାନ କପ୍‌ରେ ଭାଗ ନେବାକୁ ଭାରତୀୟ ଟେଷ୍ଟ ଦଳରୁ ସରଫରାଜ ଖାନ, ଧ୍ରୁବ ଜୁରେଲ ଏବଂ ୟଶ ଦୟାଲଙ୍କୁ ମୁକ୍ତ କରାଯାଇଛି।

ଉଇକେଟ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦିନଲ ଇରାନ କପ ମ୍ୟାଚରେ ରେଷ୍ଟ ଅଫ୍‌ ଇଣ୍ଡିଆ ଦଳର ଅଂଶ ଅଟନ୍ତି। ସରଫରାଜ ଖାନ ମୁମ୍ବାଇର ଏକ ଅଂଶ।

Share