ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ ନାହିଁ। ପରନ୍ତୁ ପରିବାରରେ ବାପ କାନ୍ଧରେ ପୁଅ ମଶାଣିକୁ ଯିବା, ଜେଜେ କାନ୍ଧରେ ନାତି ମଶାଣିକୁ ଯିବାଠାରୁ ବି ଦୁଃଖ କିଛି ନାହିଁ। ମହାମାନୀ ଦୁର୍ଯ୍ୟୋଧନ ଆଖି ଆଗରେ ତା’ର ଅନେଶତ ଭାଇ ଓ ପୁତ୍ରମାନେ ମୃତ୍ୟୁ ବରଣ କରିବା, କଂସର ଅଷ୍ଟମଲ୍ଲ ଓ ତା’ର ଭାଇମାନେ ଆରପାରିକି ଯିବା। ବାରଣ ସତ୍ତ୍ୱେ ତାଙ୍କ ଦାୟାଦମାନେ କାଦମ୍ବରି ପାନକରି ପରସ୍ପର ମଧ୍ୟରେ ହଣାହଣି ହୋଇ ମରିବା, କୃଷ୍ଣଙ୍କୁ ଯନ୍ତ୍ରଣାରେ ଭସ୍ମୀଭୂତ କରୁଥିଲା। ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କର ଜଣେ ପ୍ରଜା ବ୍ରାହ୍ମଣ ଶ୍ରୀବତ୍ସର ଏକ ଏକ କରି ଛଅଟି ସନ୍ତାନ ଜନ୍ମ ହୋଇ କୁଆଁ ରାବ ଦେବା ପରେ ଅନ୍ତର୍ଦ୍ଧାନ ହୋଇଯାଉଥିଲେ। କ୍ରୋଧରେ ବ୍ରାହ୍ମଣ ଜଣକ ରାଜା ଶ୍ରୀକୃଷ୍ଣଙ୍କୁ ପଦାଘାତ କରିଥିଲା ”ଅସମୟରେ ପ୍ରଜାର ମୃତ୍ୟୁ ପାଇ ରାଜାହିଁ ଦାୟୀ !“ ସମଗ୍ର ବିଶ୍ୱରେ ବର୍ତ୍ତମାନ ସେହି ଅଭାବନୀୟ ପରିଣତି ଦିନକୁ ଦିନ ବଢ଼ି ଚାଲିଛି। ଟୀକା ଗୋବିନ୍ଦଚନ୍ଦ୍ର ଗୀତି ପୁସ୍ତକର ସେହି ପଦେ ଗୀତ ”ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ“ ସତ ହେଉଛି। ଈଶ୍ୱର ସମସ୍ତ ଜୀବଜଗତ ପାଇଁ ସୁନ୍ଦର ସବୁଜିମାଭରା, ମନଲୋଭା ପ୍ରକୃତି ସୃଷ୍ଟି କରିଛନ୍ତି। ଅପରିଣାମ ମଣିଷ ପ୍ରକୃତିକୁ ଧ୍ୱଂସକରି ବିକାଶ ନାମରେ ବିନାଶ ହେବାକୁ ବସିଛି। ଏହାର ମୁଖ୍ୟ ନାୟକମାନେ ରାଷ୍ଟ୍ରର ଶାସକମାନେ। ମଣିଷ ଖୋଳିଥିବା ଗାତରେ ସମାଧିସ୍ଥ ହେବାକୁ ଯାଉଛି।
ଭାରତରେ ‘ଆକସ୍ମିକ ମୃତ୍ୟୁ’ ତା’ର ତାଣ୍ଡବ ସୃଷ୍ଟି କରୁଛି। ନିତି ବ୍ୟାୟାମ କରୁଥିବା ସୁସ୍ଥ, ସୌର୍ଯ୍ୟବାନ୍‌ ଯୁବକ ହୃଦ୍‌ଘାତରେ ନିରବୀ ଯାଉଛନ୍ତି। ନିତି ଶହ ଶହ ସଂଖ୍ୟାରେ ଯୁବକ ଆକସ୍ମିକ ମୃତ୍ୟୁବରଣ କରୁଛନ୍ତି। ସଦ୍ୟ ପ୍ରକାଶ ଓ ଜାତୀୟ ଅପରାଧ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ଆକସ୍ମିକ ମୃତ୍ୟୁ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ପାଇଛି। ସର୍ବାଧିକ ୫୭% କ୍ଷେତ୍ରରେ ଆକସ୍ମିକ ମୃତ୍ୟୁର କାରଣ ହୃଦ୍‌ଘାତ। ରିପୋର୍ଟର ତଥ୍ୟ ଅନୁଯାୟୀ ଗତବର୍ଷ ଭାରତରେ ୫୬,୬୫୩ ବ୍ୟକ୍ତିଙ୍କର ଆକସ୍ମିକ ମୃତ୍ୟୁ ଘଟିଥିଲା। ପ୍ରକୃତି ହିସାବ ଏହାଠାରୁ ଅଧିକ। ଗାଁ ଗହଳିରେ ଲୋକେ ମେଡ଼ିକାଲ ପର୍ଯ୍ୟନ୍ତ କଥା ନ ନେଇ ଶବ ସତ୍କାର କରିଦିଅନ୍ତି। ବାହ୍ୟ ଆଘାତ ବିନା କିଛି ମିନିଟ ମଧ୍ୟରେ ହଠାତ ଅପ୍ରତ୍ୟାଶିତ ମୃତ୍ୟୁ ଘଟିଲେ ତାହାକୁ ଆକସ୍ମିକ ମୃତ୍ୟୁଭାବେ ଗଣାଯାଇଥାଏ।
୨୦୨୨ ମସିହାରେ ସମୁଦାୟ ୩.୯ ଲକ୍ଷ ଲୋକଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିଲାବେଳେ ତାହାର ୧୩.୪% ଭାଗ ଆକସ୍ମିକ ମୃତ୍ୟୁ ବୋଲି ଜଣାପଡ଼ିଛି। ରାଜ୍ୟ ଦୃଷ୍ଟିରୁ ମହାରାଷ୍ଟ୍ରରେ ସର୍ବାଧିକ ୧୪,୯୨୭ ଜଣଙ୍କକର ଅକାଳ ମୃତ୍ୟୁ ହୋଇଥିଲା ବେଳେ ଏହା ପଛକୁ କେରଳରେ ୬,୦୭ ଓ କର୍ନାଟକରେ ୫,୮୪୩ ଜଣ ଆକସ୍ମିକ ମୃତ୍ୟୁବରଣ କରିଥିଲେ। କେବଳ ହୃଦ୍‌ଘାତରେ ଦେଶରେ ସମୁଦାୟ ୩୨,୪୧୦ ଜଣ ମୃତ୍ୟୁବରଣ କରିଥିଲେ, ଯାହା ପୂର୍ବ ବର୍ଷର ପରିସଂଖ୍ୟାନ ତୁଳନାରେ ୧୪% ଅଧିକ, ମହାରାଷ୍ଟ୍ରରେ ହୃଦ୍‌ଘାତଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ୧୨,୫୯୧, କେରଳରେ ୩,୩୯୩ ଓ ଗୁଜରାଟରେ ୨,୮୫୩ ଜଣ ବୋଲି ଜଣାପଡ଼ିଛି।
ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ। ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ୨୮,୦୦୫ ପୁରୁଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୨,୦୦୦, ୪୫-୬୦ ବର୍ଷ ବୟସର ଥିଲେ। ଏକ ରିପୋର୍ଟରୁ ଜଣାପଡ଼ିଛି ବିଗତ ୩୦ ବର୍ଷ ମଧ୍ୟରେ ୨୦ଟି ପ୍ରମୁଖ ରୋଗରେ ସଂଘର୍ଷ କରୁଥିବା ମହିଳା ଓ ପୁରୁଷମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଶୀଳନ କରାଯାଇ ଏହି ତଥ୍ୟ ପ୍ରକାଶିତ। ମାଂସପେଶୀଜନିତ ସମସ୍ୟା, ମାନସିକ ସ୍ବାସ୍ଥ୍ୟ ସମସ୍ୟା, ମୁଣ୍ଡବିନ୍ଧା ଆଦି ରୋଗ ମହିଳାଙ୍କଠାରେ ବେଶି ଦେଖିବାକୁ ମିଳୁଥିବା ଏହି ଅଧ୍ୟୟନରେ କୁହାଯାଇଛି। ଯଦିଓ ଏହିସବୁ ରୋଗକୁ ଘାତକ ରୋଗଭାବେ ବିବେଚନା କରାଯାଇନାହିଁ। ତେବେ ଏହା ବୟସ ବଢ଼ିବା ସହ ମହିଳାଙ୍କର ସ୍ବାସ୍ଥ୍ୟକୁ ଖରାପ କରି ଚାଲିଥାଏ। ପୁରୁଷଙ୍କଠାରୁ ବେଶି ସମୟ ବଞ୍ଚୁଥିବାରୁ ମହିଳାଙ୍କୁ ଅଧିକ ସମୟ ଏହି ରୋଗ ସହ ବଞ୍ଚିବାକୁ ପଡ଼ୁଛି।
କ୍ୟାନସର, ସଡ଼କ ଦୁର୍ଘଟଣା, ହୃଦ୍‌ରୋଗ, କୋଭିଡ ଆଦି ରୋଗ ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅଧିକ ଦେଖାଦେଇଥାଏ। ଯାହା ପୁରୁଷମାନଙ୍କ ଅକାଳ ମୃତ୍ୟୁର କାରଣ ହୋଇଥାଏ। ଏସବୁ ରୋଗ କମ୍‌ ବୟସରୁ ହିଁ ପୁରୁଷଙ୍କୁ ଆକ୍ରାନ୍ତ କରିଥାଏ। ୨୦୨୧ ତଥ୍ୟ ଅନୁଯାୟୀ କୋଭିଡ ମହାମାରୀ ମହିଳାଙ୍କ ତୁଳନାରେ ୪୫% ଅଧିକ ପୁରୁଷଙ୍କୁ ସଂକ୍ରମଣ କରିଛି। ଏହି ଅଧ୍ୟୟନକୁ ନେଇ ୱାଶିଂଟନ ବିଶ୍ୱବିଦ୍ୟାଳୟର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ ମାଟ୍ରିକ୍ସ ଆଣ୍ଡ ଇଭାଲୁଏଶନର ବରିଷ୍ଠ ଗବେଷକ ଡ. ଲୁସିଆ ସୋରିଓ ପ୍ଲୋର କହିଛନ୍ତି। ବିଭିନ୍ନ ମାରାତ୍ମକ ରୋଗ ଓ ଏହାର ପରିଣାମ ଲିଙ୍ଗଗତ ପାର୍ଥକ୍ୟର ଗଭୀର ପ୍ରଭାବ ରହିଥିବା ଜଣାପଡ଼ିଛି।
ସେରମ ଇନ୍‌ଷ୍ଟିଚ୍ୟୁଟ ସହଯୋଗରେ କୋଭିଡ ସମୟଠାରୁ ଅଦ୍ୟାବଧି କୋଟି କୋଟି ଭାରତୀୟ ନେଇଥିବା କୋଭିସିଲ୍ଡ ଇଞ୍ଜେକ୍‌ଶନ ଭାରତୀୟଙ୍କ ଅକାଳ ମୃତ୍ୟୁର ମୁଖ୍ୟ କାରଣ ତାହାକୁ ସେମାନେ ସ୍ବୀକାର କଲେଣି। ବର୍ତ୍ତମାନ ସମଗ୍ର ପୃଥିବୀରୁ ଏହି ଇଞ୍ଜେକ୍‌ଶନ ପ୍ରତ୍ୟାହାର ହେଲାଣି। କୂଳରେ ଜଗିବସିଥିବା ବାଘ ମୁହଁରୁ ବଞ୍ଚିବା ପାଇଁ ନଦୀ ମଧ୍ୟକୁ ପାଦଦେଇ କୁମ୍ଭୀରର ଶିକାର ହେବା ଭଳି କଥା। ଏବେ ପ୍ରଶ୍ନ ଉଠେ ଜୀବନହାନି କ୍ଷତିର ଭରଣା ହୋଇପାରିବ କି ? ଯେଉଁମାନେ ଏହି ଭାକ୍ସିନ ନେଇଛନ୍ତି ସେମାନେ ବର୍ତ୍ତମାନ ମୃତ୍ୟୁ ଭୟରେ ଆତଙ୍କିତ। ଏକଥା ଉଚ୍ଚତମ ନ୍ୟାୟାଳୟକୁ ଗଲାଣି।
ଚତୁର୍ଥ ଅବସ୍ଥାରେ ରୁଗ୍ଣ ଶରୀରଧାରୀ ମଣିଷ ଭଗବାନକୁ ପ୍ରାର୍ଥନା କରେ ଯନ୍ତ୍ରଣା ବିହୀନ ମୃତ୍ୟୁ, ତା’ର ଅର୍ଥ ନୁହେଁ ଅସମୟରେ ଯନ୍ତ୍ରଣା ବିହୀନ ମୃତ୍ୟୁବରଣ କରିବା। ସାଂପ୍ରତିକ ସ୍ଥିତିରେ ଏହି ଦୂରଦୃଷ୍ଟିହୀନ ପ୍ରତିଷେଧକକୁ ନେଇ ମରଣମୁହଁରେ ଛିଡ଼ାହୋଇଥିବା ଅକାଳ ମୃତ୍ୟୁକୁ ହ୍ରାସ କରିବା ସବୁଠାରୁ ବଡ଼ ଆହ୍ବାନ। କର୍କଟ, ଦୁର୍ଘଟଣା, ହୃଦ୍‌ଘାତ ପରି ଆତ୍ମଘାତୀ ଘଟଣାର ତୁରନ୍ତ ନିରାକରଣ ଭାରତ ପାଇଁ ବିରାଟ ଆହ୍ବାନ।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

ଅର୍ଥନୀତିରେ ହାତୀ

ଓଡ଼ିଶାରେ ହାତୀ ସଂଖ୍ୟା ବୃଦ୍ଧି ଉପରେ ଅଲ୍‌ ଓଡ଼ିଶା ଏଲିଫ୍ୟାଣ୍ଟ ସେନ୍‌ସସ୍‌ର ୨୦୨୪ ରିପୋର୍ଟକୁ ନେଇ ସମସ୍ତେ ଖୁସି ହେଉଥିବାବେଳେ ନିୟମିତ ବ୍ୟବଧାନରେ ଘଟୁଥିବା ହାତୀ...

ଏଇ ଭାରତରେ

ପଞ୍ଜାବର ସୁଖପାଲ ସିଂ ସିଦ୍ଧୁ ଜଣେ ପ୍ରଥମିକ ବିଦ୍ୟାଳୟର ଶିକ୍ଷକ। ସେ ଶିକ୍ଷାର ମହତ୍ତ୍ୱ ବୁଝି ତାହାକୁ ସାମାଜିକ ସ୍ତରରେ ପ୍ରତିଫଳିତ କରିଛନ୍ତି । ଶିକ୍ଷା...

ଆଳୁ ଖୋଳୁ ଖୋଳୁ ମହାଦେବ

ଥରେ ଜଣେ ଚାଷୀ ନିଜ ବିଲରେ ଆଳୁ ଖୋଳୁ ଖୋଳୁ ତାଙ୍କ କୋଦାଳରେ ପଥର ଭଳି କ’ଣ ବାଜିଲା। ଯେଉଁ ବିଲକୁ ସିଏ ପୁରୁଷାନୁକ୍ରମେ ଚାଷ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri