Categories: ଜାତୀୟ

ଅଟୋରେ ଯାଉଥିଲେ ମହିଳା, ହଠାତ୍‌ ରାସ୍ତାରେ ସୃଷ୍ଟି ହେଲା ୨୫ ଫୁଟର ଗର୍ତ୍ତ, ଆଉ ତା’ ପରେ…

ଜୟପୁର,୨୩।୧: ରାଜସ୍ଥାନର ଜୟପୁରରେ ବିକାଶ ଏବଂ ସରକାରୀ ବ୍ୟବସ୍ଥାରେ ଅନିୟମିତତା ପଦାରେ ପଡ଼ିଛି। ସଚିବାଳୟଠାରୁ ଗୋଟିଏ କିଲୋମିଟର ଦୂର ଚୋମ୍ପୁ ସର୍କଲରେ ଶନିବାର ସକାଳେ ହଠାତ୍‌ ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ତୀବ୍ର ଗତିରେ ଭାଇରାଲ ହେଉଛି। ଏହି ଗର୍ତ୍ତଟି ୨୫ରୁ ୩୦ ଫୁଟ ଚଉଡ଼ା ହୋଇଯାଇଛି। ରାସ୍ତାରେ ଯାଉଥିବା ଏକ ଅଟୋ ଏହି ଗର୍ତ୍ତ ମଧ୍ୟକୁ ଖସି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ଜଣେ ମହିଳା ଗୁରୁତର ହୋଇଛନ୍ତି।


ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି। ଜଣେ ସୁରକ୍ଷାକର୍ମୀ ଏବଂ କିଛି ଅଟୋ ଚାଳକ ପହଞ୍ଚି ରଶି ସାହାଯ୍ୟରେ ମହିଳା ଏବଂ ଚାଳକଙ୍କୁ ବାହାର କରିଛନ୍ତି। ଏହା ପରେ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ରାସ୍ତାଟି ବ୍ୟସ୍ତବହୁଳ ଅଟେ। ପ୍ରତିଦିନ ଉକ୍ତ ରାସ୍ତାରେ କିଛି ନା କିଛି ଦୁର୍ଘଟଣା ଘଟୁଛି। ବିଭାଗୀୟ ଅଧିକାରୀଙ୍କ ଉପରେ ସ୍ଥାନୀୟ ଲୋକେ ବର୍ଷିବା ସହ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି।

Share