Advertisement

ହଠାତ ପାରାଫିନ୍ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ: ଅଞ୍ଚଳ ଧୂଆଁମୟ

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡା ନିକଟ ବିକାଶ ଛକ ନିକଟରେ ବୁଧବାରପାରାଫିନ୍ ବୋଝେଇ ଏକ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଥିଲା। ଟ୍ୟାଙ୍କରରେ ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା। ଫଳରେ ଟ୍ୟାଙ୍କର ଜଳି ଉଠାବା ସହ ଅଞ୍ଚଳ ଧୂଆଁମୟ ହୋଇ ପଡିଥିଲା। କୌଶଳକ୍ରମେ ଡ୍ରାଇଭର ଓହ୍ଲାଇ ପଡିଥିଲେ। ସେହିପରି ବିକାଶ ହସପିଟାଲର ସୁରକ୍ଷା କର୍ମଚାରୀ ଏବଂ ବରଗଡ଼ ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ସେଠାକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ପାରାଫିନ୍ ଏକ ଦହନଶୀଳ ପଦାର୍ଥ ହୋଇଥିବାବେଳେ ୫୩ ନମ୍ବର ରାଜପଥ ତଥା ବ୍ୟସ୍ତବହୁଳ ବିକାଶ ଛକରେ ଘଟଣା ଘଟିଥିବା ଯୋଗୁଁ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡିଥିଲେ। ଏଥିରେ କାହାରି କିଛି କ୍ଷତି ହୋଇ ନ ଥିବାବେଳେ ବିକାଶର ସୁରକ୍ଷା କର୍ମଚାରୀ ଏବଂ ଅଗ୍ନିଶମ କେନ୍ଦ୍ରର କର୍ମଚାରୀଙ୍କ ଉଦ୍ୟମରୁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇ ପାରିଛି। ଟ୍ୟାଙ୍କରଟି ସୁରଟରୁ ଗଞ୍ଜାମ ଅଭିମୁଖେ ଯାଉଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share