ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ ମୋହନ ମାଝି: ଏହି କାମ ପାଇଁ କଲେ ନିମନ୍ତ୍ରଣ

ଭୁବନେଶ୍ୱର,୨୧।୭:ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରବିବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ନବୀନ ନିବାସ ଯାଇ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ସେ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ସାକ୍ଷାତ ପରେ ନବୀନଙ୍କୁ ବିଧାନସଭାକୁ ସବୁଦିନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ବିରୋଧୀଦଳ ନେତା ଭାବେ ଏହି ପ୍ରସ୍ତାବକୁ ଗ୍ରହଣ ପାଇ ନବୀନ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ରବିବାର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ୨ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲିକ ମଧ୍ୟ ସେଠାରେ ଅଛନ୍ତି।

Share