ହଠାତ୍‌ ୟୁକ୍ରେନରେ ପହଞ୍ଚିଲେ ଆମେରିକାର ଫାଷ୍ଟ ଲେଡି

କ୍ୱିଭ୍‌,୮।୫: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ତଥା ଫାଷ୍ଟ ଲେଡି ଜିଲ ବାଇଡେନ ରବିବାର ହଠାତ୍‌ ପଶ୍ଚିମ ୟୁକ୍ରେନରେ ପହଞ୍ଚତ୍ଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସ୍ତ୍ରୀ ଓଲେନା ଜେଲେନସ୍କାଙ୍କ ସହ ସାକ୍ଷାତ କରିଥିଲେ। ୟୁକ୍ରେନ ସୀମାବର୍ତ୍ତୀ ସ୍ଲୋଭାକିଆର ଏକ ଗ୍ରାମରେ ଅବସ୍ଥିତ ବିଦ୍ୟାଳୟରେ ଦୁହେଁ ସାକ୍ଷାତ ହୋଇଥିଲେ। ଉଭୟ ଏକ ଛୋଟ ଶ୍ରେଣୀ ଗୃହରେ ବସି ପରସ୍ପର ସହ କଥା ହୋଇଥିଲେ।
ଜିଲ ଓଲେନାଙ୍କୁ କହିଥିଲେ, ମୁଁ ମାତୃ ଦିବସରେ ଏଠାକୁ ଆସିବାକୁ ଚାହୁଁଥିଲି। ଆମେରିକାର ଲୋକମାନେ ୟୁକ୍ରେନ ଲୋକଙ୍କ ସହିତ ଛିଡା ହୋଇଛନ୍ତି, ମୁଁ ତାହା ୟୁକ୍ରେନବାସୀଙ୍କୁ ଜଣାଇବାକୁ ଚାହୁଁଥିଲି।
ଏହି ‘ସାହସିକ ପଦକ୍ଷେପ’ ପାଇଁ ଓଲେନା ଜିଲଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ଯୁଦ୍ଧ ସମୟରେ ଆମେରିକାର ଫାର୍ଷ୍ଟ ଲେଡିିଙ୍କ ଗୁରୁତ୍ୱକୁ ଆମେ ବୁଝିପାରୁ। ସେ ଏପରି ଏକ ସମୟରେ ଆସିଛନ୍ତି, ଯେତେବେଳେ ଦୈନିକ ଏଠାରେ ସାମରିକ ଆକ୍ରମଣ ହେଉଛି।

Share