ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ହଠାତ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରି ମଣ୍ଡି ପରିଦର୍ଶନ କରିଛନ୍ତି l ମନ୍ତ୍ରୀଙ୍କ ଅଚାନକ ଗ୍ରସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ l ମନ୍ତ୍ରୀ ଏହି ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ ଲକ୍ଷ୍ମୀପୁର ଧନମଣ୍ଡି ଠାରେ ପହଂଚିଥିଲେ l
ସେଠାରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ମଣ୍ଡି କିପରି ଚାଲିଛି ପଚାରି ବୁଝିଥିଲେ l ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବ୍ଲକ ଏମଆଇ ପ୍ରମୁଖ ଉପସ୍ଥିତ ଥିଲେ l ମନ୍ତ୍ରୀଙ୍କ ଗ୍ରସ୍ତ ସୂଚନା କୌଣସି ଗଣମାଧ୍ୟମକୁ ମିଳିଥିବାରୁ ଖବର ଦାତା ମହଲରେ ଅସନ୍ତୋଷ ଦେଖା ଦେଇଥିଲା l କୌଣସି କାର୍ଯ୍ୟକ୍ରମକୁ ଯୋଗାଣ ବିଭାଗ ପକ୍ଷରୁ ଅବଗତ କରାଯାଉନଥିବା ଅଭିଯୋଗ ହେଉଛି l ଗଞ୍ଜାମ ବ୍ଲକରେ ଥିବା ସମସ୍ତ ମଣ୍ଡି ଅବ୍ୟବସ୍ଥା ଘେରରେ ଥିବା ଜଣା ପଡିଛି l ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ l