ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨୭।୭: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ଅଚାନକ ପରିଦର୍ଶନ କରିବା ସହ ମନ୍ତ୍ରୀ ପାତ୍ର ଏଠାରେ ବ୍ୟବହୃତ କ୍ଷୀରର ମାନ ଯାଞ୍ଚ କରିଛନ୍ତି।

କ୍ଷୀର ଓ ଏଥିରୁ ପ୍ରସ୍ତୁତ ଉତ୍ପାଦର ଗୁଣବତ୍ତା ଓ ନିର୍ଦ୍ଧାରିତ ମୂଲ୍ୟ ଦେବାରେ ଅନିୟମିତତା ସମ୍ପର୍କରେ କୃଷକ ସମାଜର ପ୍ରତିନିଧି, କ୍ଷୀର ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀ ଶ୍ରୀ ପାତ୍ର ଏହି ପ୍ଲାଣ୍ଟକୁ ଅଚାନକ ପରିଦର୍ଶନ କରିଛନ୍ତି । ଏଥିସହ ପ୍ଲାଣ୍ଟ ପରିସରରେ ସ୍ୱଚ୍ଛତା ଓ ଗୁଣବତ୍ତା ଭଳି ଆବଶ୍ୟକୀୟ ମାନଦଣ୍ଡ ଅନୁସରଣରେ ବିଭିନ୍ନ କ୍ଷୀର ଉତ୍ପାଦ ପ୍ରସ୍ତୁତି ହେଉଛି ନା ନାହିଁ ଏସମ୍ପର୍କରେ ମଧ୍ୟ ସେ ଯାଞ୍ଚ କରିଥିଲେ । ନିଜ ସହ ଥିବା ବିଭାଗୀୟ ଅଧିକାରୀ ପ୍ରମୁଖ ମନ୍ତ୍ରୀଙ୍କୁ ସହଯୋଗ କରିବା ସହିତ ପ୍ଲାଣ୍ଟ ପରିସରସ୍ଥିତ କାର୍ଯ୍ୟାଳୟରେ ବିଭିନ୍ନ ରେକର୍ଡ ପତ୍ର ମଧ୍ୟ ଦେଖିଥିଲେ ।

ସୂଚନା ଯୋଗ୍ୟ, ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବା ସହ କଳାବଜାରୀ ବିରୁଦ୍ଧରେ ଦୃଢ଼
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ପାତ୍ର ନିଜ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ନିଜେ ମଧ୍ୟ ରାଜ୍ୟର ବିଭିନ୍ନ
ଶୀତଳ ଭଣ୍ଡାର ଅଚାନକ ପରିଦର୍ଶନ କରିବା ସହ ସମ୍ପୃକ୍ତ ସାମଗ୍ରୀର ଗଛିତ ପରିମାଣ ଯାଞ୍ଚ କରୁଛନ୍ତି । ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ, ଯୋଗାଣ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ଯୋଗାଣ ଶୃଙ୍ଖଳକୁ ତ୍ୱରାନ୍ୱିତ କରିବା ସହ ଖାଉଟିମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ମନ୍ତ୍ରୀ ପାତ୍ର ଗୁରୁତ୍ୱ ଦେଇ ଆସୁଛନ୍ତି । ଏତଦ୍‌ବ୍ୟତୀତ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ଯୋଗାଣ ଅଧିକାରୀମାନେ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛନ୍ତି । ରାଜ୍ୟର ଆଳୁ, ପିଆଜ, ଖାଇବା ତେଲ ଏବଂ ଡାଲି ମହଜୁଦ ଥିବା ବିଭିନ୍ନ ଗୋଦାମରେ ଚଢ଼ଉ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶା ଉତ୍ସବମୁଖର, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୮ା୯: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର। ଏନେଇ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପାଖରେ ନବାନ୍ନ...

ଆଜିବି ପ୍ରବଳ ବର୍ଷିବ:  ଆହୁରି ଦୁଇ ଦିନ… 

ଭୁବନେଶ୍ୱର,୮।୯: ଆଜି  ମଧ୍ୟ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରବିବାର  ଦକ୍ଷିଣ ଓ ଉପକୂଳ ଓଡ଼ିଶାର ...

ଟ୍ରକ୍‌ ପଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ଯାଜପୁର,୮ା୯: ଯାଜପୁର ଜିଲା ଧର୍ମଶାଳା ଥାନା ରଥିଆ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫଳରେ ଆମ୍ବୁଲାନ୍ସ ସହାୟକଙ୍କ ଜୀବନ ଯାଇଥିବା ବେଳେ ୨...

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri