ହଠାତ ୨୪ ହଜାର ଫୁଟ ଉପରେ ଉଡୁଥିବା ବିମାନ ହେଲା ଦୁଇଖଣ୍ଡ, କିଭଳି ବଞ୍ଚିଲେ ୯୪ ଯାତ୍ରୀ ଦେଖନ୍ତୁ ଭିଡିଓ…

ଓ୍ବାଶିଂଟନ,୨୩।୧୧ : ସାଇକେଲରୁ ବିମାନକୁ ପରିବହନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ। ଏସବୁକୁ ଚଳାଇବାରେ କେବଳ ପାରଦର୍ଶିତା ଯଥେଷ୍ଟ ନୁହେଁ। ବଡ କଥା ହେଉଛି ଯଦି ଏକ ଜଟିଳ ପରିସ୍ଥିତି ଉପୁଜେ ଏବଂ ଜୀବନ ମୃତ୍ୟୁର ସ୍ଥିତିର ସମ୍ମୁଖୀନ ହୁଏ, ତେବେ ଏହାକୁ କିପରି ଏଡାଯାଇପାରିବ। ସେହିଭଳି ଏକ ଘଟଣା ୩୫ ବର୍ଷ ପୁରୁଣା, ଯେତେବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ଯୋଗୁ ପାଇଲଟଙ୍କ ସମେତ ୯୫ ଜୀବନ ବିପଦରେ ପଡ଼ିଥିଲ। ତେବେ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଦ୍ୱାରା ବଡ଼ ଧରଣର ବିପଦକୁ ଏଡାଇ ଦେଇଥିଲେ। ହଠାତ ୨୪ ହଜାର ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନଟି ମଝି ଆକାଶରେ ଦୁଇ ଖଣ୍ଡ ହୋଇଯାଇଥିଲା।

ଏବେ ଏହି ଦୁର୍ଘଟଣାର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନଭେମ୍ବର ୧୮ ରେ, ସୋସିଆଲ ମିଡିଆ ଏକ୍ସରେ ମୋଥ୍ରା ନାମକ ହ୍ୟାଣ୍ଡେଲର୍‌ ଦ୍ୱାରା ଅଂଶୀଦାର ହୋଇଥିବା ଏହି ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳୁଛି ମଝି ଆକାଶରେ ଉଡୁଥିବା ବିମାନର ଉପର ଅଂଶ ହଠାତ ଭାଙ୍ଗି ଉଡି ଯାଇଥିଲା। କ୍ରୁ ସଦସ୍ୟଙ୍କ ସମେତ ଅନ୍ୟ ସମସ୍ତ ଯାତ୍ରୀ ଭୟଭୀତ ହୋଇପଡିଥିଲେ। ଗୁଗୁଲ ଲେନ୍ସରେ ଏହି ଫଟୋଗୁଡିକ ଯାଞ୍ଚ କରିବା ପରେ ଏହା ଜଣାପଡିଛି ଏହା ୨୮ ଏପ୍ରିଲ ୧୯୮୮ ରେ ଆମେରିକାର ଆଲୋହା ଏୟାରଲାଇନ୍ସର ଏକ ବିମାନ ପ୍ରଶାନ୍ତ ମହାସାଗର ଉପରେ ଉଡୁଥିବା ସମୟରେ ଘଟିଥିଲା।

ଦୁଇଟି ଇଞ୍ଜିନ ଏବଂ ୧୧୦ ସିଟ ବିଶିଷ୍ଟ ବୋଇଙ୍ଗ ୭୩୭- ୨୦୦ ବିମାନରେ ୮୯ ଜଣ ଯାତ୍ରୀ ଏବଂ ୬ ଜଣ କ୍ରୁ ମେମ୍ବର ଥିଲେ। ଯେତେବେଳେ ଏହା ପ୍ରଶାନ୍ତ ମହାସାଗରରେ ଉଡ଼ୁଥିଲା, ୪୦ ମିନିଟର ଉଡ଼ାଣର ଅଧା ବାଟରେ, ହଠାତ କ୍ୟାବିନରେ ଥିବା ଆଭ୍ୟନ୍ତରୀଣ ଚାପ ହ୍ରାସ ପାଇଲା ଏବଂ ବାହ୍ୟ ବାୟୁ ଚାପ ଅତ୍ୟଧିକ ହୋଇଗଲା। ଫଳରେ ବିମାନର ଛାତରେ ଏକ ଛୋଟ ଗର୍ତ୍ତ ସୃଷ୍ଟି ହେଲା। ପରେ ଧୀରେ ଧୀରେ ବିମାନଟି ଉପର ଅଂଶ ସମ୍ପୂର୍ଣ୍ଣ ଅଲଗା ହୋଇଗଲା। ଜଣେ ଯାତ୍ରୀ ଏରିକ ବେକଲିନଙ୍କ ବିବୃତ୍ତି ଅନୁଯାୟୀ ଏହି ଘଟଣା ପରେ ଆତଙ୍କିତ କର୍ମଚାରୀ ଏବଂ ଯାତ୍ରୀମାନେ ଚିତ୍କାର କରିବା ଆରମ୍ଭ କରିଥିଲେ।

ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ ଅନୁଯାୟୀ, କ୍ୟାପଟେନ ପ୍ରଥମ ଅଧିକାରୀଙ୍କଠାରୁ ନିୟନ୍ତ୍ରଣ ଗ୍ରହଣ କରିଥିଲେ ଏବଂ ୧୩ ମିନିଟ ପରେ ପାଇଲଟ ସାହସିକତା ପ୍ରଦର୍ଶନ କରିଥିଲେ ଏବଂ ଇଞ୍ଜିନ ଜଳିବା ସହିତ କ୍ଷତିଗ୍ରସ୍ତ ବିମାନକୁ ୨୪,୦୦୦ଫୁଟ ଉଚ୍ଚରୁ ତଳକୁ ଆଣିଥିଲେ। ଏହି ଘଟଣାରେ ବିମାନରେ ଥିବା ୯୫ ଜଣଙ୍କ ମଧ୍ୟରୁ ଜଣେ ଏୟାର ହୋଷ୍ଟେସଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଇଣ୍ଟରନେଟରେ ମଧ୍ୟ ସୂଚନା ରହିଛି ଜଣେ ଯାତ୍ରୀ ବୋର୍ଡିଂ ସମୟରେ ବିମାନରେ ଫାଟ ସୃଷ୍ଟି ହୋଇଥିବାର ଲକ୍ଷ୍ୟ କରିଥିଲେ, କିନ୍ତୁ ବିମାନ ଉଡ଼ାଣ ପୂର୍ବରୁ କର୍ମଚାରୀଙ୍କୁ ଜଣାଇ ନ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର

ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ...

ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍‌କ୍ରାଫ୍ଟ ଫେରିଲା, ଏହି ସମୟର ଭିଡିଓ ଦେଖିଲେ…

ଓ୍ବାଶିଂଟନ,୭ା୯: ନାସା ମହାକାଶଚାରୀ ସୁନୀତା ଓ୍ବଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ମହାକାଶକୁ ନେଇଥିବା ମହାକାଶଯାନ ପୃଥିବୀକୁ ଫେରିଛି। ଜୁନ୍‌ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍‌ଲାଇନର  ମହାକାଶଯାନ...

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ସ୍କୁଲ ହଷ୍ଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୧୭ ଛାତ୍ର, ୧୩ ଗୁରୁତର

ନାଇରୋବି,୬।୯: କେନିଆର ଏକ ପ୍ରାଥମିକ ବୋର୍ଡିଂ ସ୍କୁଲରେ ଅଗ୍ନିକାଣ୍ଡରେ ୧୭ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ।...

ଆମେରିକାକୁ ଖୋଲା ଚେତାବନୀ ଦେଲା ରୁଷିଆ: ‘ରେଡ ଲାଇନ’ ଅତିକ୍ରମ କଲେ ପରିସ୍ଥିତି ହେବ ଭୟାବହ

ମସ୍କୋ,୬।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ୟୁକ୍ରେନ ଯୁଦ୍ଧ ମାମଲାରେ ‘ରେଡ ଲାଇନ’ ଅତିକ୍ରମ ନ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମସ୍କୋ...

ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମସ୍କଙ୍କୁ କରିବେ ‘ଚିଫ୍‌’

ଓ୍ବାଶିଂଟନ,୬।୯: ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି। ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri