ହଠାତ୍‌ ପାଓାର ଗ୍ରିଡ୍‌ ଟ୍ରାନ୍ସଫର୍ମର ଜଳିଲା

ବାଲେଶ୍ୱର ଅଫିସ,୧୧।୩(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ବର ପାଓ୍ବାର ଗ୍ରିଡ୍‌ରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।
ସୂଚନାନୁଯାୟୀ, ଜଳେଶ୍ୱର ପାଓ୍ବାର ଗ୍ରିଡ୍‌ରେ ଅଚାନକ ଟ୍ରାନ୍ସଫର୍ମର ନିଆଁ ଲାଗି ଯାଇଥିଲା। କିଛି କ୍ଷଣ ମଧ୍ୟରେ ତାହା ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା। ବଦ୍ୟୁତ୍‌ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଆୟତ୍ତ କରିପାରି ନ ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଶର୍ଟସର୍କିଟ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏ ନେଇ ଜଳେଶ୍ବର ସହର ସମେତ ୧୮୦ଟି ଗାଁ ରେ ବିଦ୍ୟୁତ୍‌ ସେବା ବ୍ୟାଘାତ ଥିବା ସୂଚନା ମିଳିଛି।