Categories: ଫୁରସତ

ହଠାତ୍‌ ଭାଙ୍ଗିଗଲା ଦୋଳି, ପରେ ଯାହା ଘଟିଲା ଭିଡିଓ ଦେଖିଲେ ଜାଣିବେ…

ଅନେକ ଲୋକ ଦୋଳିରେ ଝୁଲିବାକୁ ଭଲ ପାଆନ୍ତି। କିନ୍ତୁ ବେଳେବେଳେ ସାମାନ୍ୟ ଅସାବଧାନତା ଯୋଗୁ ଜୀବନ ବିପଦରେ ପଡ଼ିଥାଏ। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବତୀ ଦୋଳିରେ ଝୁଲିବା ସମୟରେ ଖସିପଡ଼ି ଅଧାରେ ଅଟକି ରହିଛନ୍ତି।

ଭିଡିଓ ଆରମ୍ଭରେ ଦୁଇ ଯୁବତୀ ଦୋଳିରେ ବସିଥିବାର ନଜର ଆସିଛନ୍ତି। ଦୁଃସାହସିକ କାର୍ଯ୍ୟ ପାଇଁ ଦୋଳିରେ ଚଢୁଥିବା ସେହି ଯୁବତୀମାନେ ଜାଣି ନ ଥିଲେ ଯେ କିଛି ସେକେଣ୍ଡ ପରେ ସେମାନେ ବଡ଼ ଅସୁବିଧାରେ ପଡ଼ିବେ। ହଠାତ୍‌ ଦୋଳିଟି ଭାଙ୍ଗିଗଲା ଏବଂ ଏହା ଉପରେ ଚଢ଼ିଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଗୋଡ଼ ଦୋଳିରୁ ଖସିଯିବାରୁ ଜଣେ ଯୁବତୀ ଗୋଡ଼ ସାହାଯ୍ୟରେ ଅଧାରେ ଝୁଲିକି ରହିଛନ୍ତି। ସୌଭାଗ୍ୟର ବିଷୟ ହେଉଛି ଯୁବତୀ ଗୋଡ଼ରେ ଦୋଳିକୁ ଜାବୁଡ଼ି ଧରିଛନ୍ତି। ନଚେତ୍‌ ଏତେ ଉଚ୍ଚରୁ ଖସିପଡ଼ି ନିଶ୍ଚିତ ମୃତ୍ୟୁବରଣ କରିଥାନ୍ତେ। ଏହି ଭିଡିଓରେ ଅନେକ ଲୋକ ଦୋଳି ତଳେ ଠିଆ ହୋଇଥିବା ଦେଖିବାକୁ ମିଳୁଛି, ସେମାନଙ୍କ ମଧ୍ୟରୁ କେତେକ ଯୁବତୀ ଜଣଙ୍କୁ ଧରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।

ଏହି ଭିଡିଓଟି @unilad ନାମକ ଏକ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଶେୟାର କରାଯାଇଛି। ଭିଡିଓର କ୍ୟାପ୍‌ଶନ ଲେଖାଅଛି, ‘ଯୁବତୀ ଜଣଙ୍କ ଦୋଳିରୁ ଖସି ପଡ଼ିଥିଲେ ଏବଂ ତାଙ୍କ ପାଦରେ ଲଟକି ରହିଥିଲେ। ନଭେମ୍ବର ୧୦ରେ ଅପଲୋଡ୍‌ ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ପ୍ରାୟ ୪୦ ହଜାର ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଅନେକ ଲୋକ ଏହା ଉପରେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

ଭିଡିଓ ଦେଖିବା ପରେ ଜଣେ ୟୁଜର ଲେଖିଛନ୍ତି, ‘ଏହି କାରଣରୁ ମୁଁ ଦୋଳିରେ ବସେ ନାହିଁ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ବର୍ତ୍ତମାନ ସେ ବହୁତ ଟଙ୍କା ପାଇବାକୁ ଯାଉଛନ୍ତି’। ତୃତୀୟ ୟୁଜର ଲେଖିଛନ୍ତି, ‘ଏହା ଗରିବ ଲୋକଙ୍କ ପାଇଁ ଏକ ଦୁଃସ୍ବପ୍ନ ଭଳି ହେବ’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଭଗବାନଙ୍କୁ ଧନ୍ୟବାଦ, ସେ ତଳେ ପଡ଼ି ନାହାନ୍ତି। ଅନ୍ୟ ଜଣେ ୟୁଜର କହିଛନ୍ତି, କେବଳ ଏହି କାରଣ ପାଇଁ ମୁଁ ସବୁବେଳେ ତଳେ ରହିବାକୁ ପସନ୍ଦ କରେ। ଭିଡିଓଟି ସୋସିଆଲ ମିଡିଆରେ ଏବେ ବେଶ୍‌ ଭାଇରାଲ ହେଉଛି।

Share