ହଠାତ୍‌ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଆକାଶ ହେଲା ଧୂଆଁମୟ

ପାଟଣା,୧୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇଛି। ଦୁଇଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି ଉଠିଥିଲା। ତେବେ ଏହି ଶବ୍ଦର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ କେତେକ ଲୋକ ୨ଟି ଜେଟ୍‌ ବିମାନ ଯିବା ଫଳରେ ଶବ୍ଦ ହୋଇଥିବା କହୁଥିବା ବେଳେ କେତେକ ମୃଦୁ ଭୂକମ୍ପ ହୋଇଥିବା କହୁଛନ୍ତି। ଏହି ଶବ୍ଦ ପାଖାପାଖି ୧୦ ମିନିଟ୍‌ ଧରି ଅନୁଭୂତ ହୋଇଥିଲା। ଏଥି ସହ ଆକାଶରେ ଧଆଁ ଭଳି ଦେଖିବାକୁ ମିଳିଥିଲା। ପ୍ରଚଣ୍ଡ ଶବ୍ଦ ଯୋଗୁ ଲୋକେ ଆତଙ୍କିତ ହୋଇ ପଡିଥିଲେ।

Share