ବିବାହ ବନ୍ଧନରେ ଆଉ ଜଣେ ସାଉଥ୍‌ ଅଭିନେତା, ପଞ୍ଜାବୀ ଅଭିନେତ୍ରୀ ହେଲେ ଜୀବନସାଥୀ

ହାଇଦ୍ରାବାଦ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ସୁଦେବ୍‌ ନାୟର। ସୋମବାର ପଞ୍ଜାବୀ ପ୍ରେମିକା ତଥା ଅଭିନେତ୍ରୀ ଅମରଦୀପ କୌରଙ୍କ ହାତ ଧରିଛନ୍ତି ସେ। ପାରମ୍ପରିକ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ତେବେ ପୂର୍ବରୁ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ବେଳେ ଏବେ ଜୀବନସାଥୀ ପାଲଟିଛନ୍ତି। ଏହି ବିବାହ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share