Categories: ଖେଳ

ଆଇପିଏଲ୍‌ରେ ସୁଦର୍ଶନଙ୍କ ଶ୍ରେଷ୍ଠ ଇନିଂସ

ଅହମଦାବାଦ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସୋମବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦମ୍‌ଦାର ବ୍ୟାଟିଂ କରିଛନ୍ତି ଗୁଜରାଟ ଟାଇଟନ୍ସର ସାଇ ସୁଦର୍ଶନ। ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କୁ ସଫଳ ମୁକାବିଲା କରି ସେ ୪୭ଟି ବଲ୍‌ରେ ୮ ଚୌକା ଓ ୬ ଛକା ସହାୟତାରେ ୯୬ ରନ୍‌ ସ୍କୋର କରିଥିଲେ। ଯଦିଓ ସେ ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ହେଁ ଆଇପିଏଲ୍‌ରେ ଏହା ତାଙ୍କର ଶ୍ରେଷ୍ଠ ଇନିଂସ ରହିଛି।

Share