ବାଲୁକା କଳା ମାଧ୍ୟମରେ ପ୍ରବାଦ ପୁରୁଷଙ୍କୁ ଶଦ୍ଧାଞ୍ଜଳି ଦେଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର,୫।୩: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅସୀମ ବୀରତ୍ୱର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଆଜି ରାଜ୍ୟରେ ଏହି ଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରଯାଉଛି। ଏହି ପ୍ରବାଦ ପୁରୁଷଙ୍କ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି।
୧୯୧୬, ମାର୍ଚ୍ଚ ୫ରେ ବିଜୁ ବାବୁ ଜନ୍ମ ନେଇଥିଲେ। ସ୍ବାଧିନତା ସଂଗ୍ରାମରେ ବିଜୁଙ୍କ ଭୂମିକା ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲା। ଯୁବାବସ୍ଥାରୁ ରାଜନୀତିରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ରାଜନେତା ଭାବେ ସେ ଥିଲେ ସାହାସୀ, ସ୍ବାଭିମାନୀ, ଦୂରଦ୍ରଷ୍ଟା । ସ୍ବାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ବପ୍ନ। ସେ ୧୯୯୭ ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Share