ବାଲୁକାକଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ପୁରୀ ଅଫିସ,୧୭।୯: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିନ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶେଷ କରି ଏହି ବାଲୁକାକଳାରେ ୧୨୧୩ଟି ମାଟି ଚା କପ ବ୍ୟବହାର କରାଯାଇଛି। ଯାହା ବେଶ୍‌ ଆକର୍ଷଣୀୟ ହୋଇଛି।