Categories: ଖେଳ

ସୁଧୀର ରଚିଲେ ଇତିହାସ: ପୁଣି ଭାରତକୁ ମିଳିଲା ସ୍ବର୍ଣ୍ଣ

ବର୍ମିଂହାମ,୫।୮: ବର୍ମିଂହାମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସୁଧୀର ପାରା ଭାରୋତ୍ତଳନରେ ସେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ନଥିଲା। ସୁଧୀର ୧୩୪.୫ ପଏଣ୍ଟ ସହ ଏକ ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ। ସୁଧୀର ୨୧୨ କିଲୋଗ୍ରାମ ଉଠାଇ ପୁରୁଷ ହେଭିୱେଟ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପାରା ଭାରୋତ୍ତଳନରେ ସ୍ବର୍ଣ୍ଣ ଜିତିଥିବା ଭାରତ ପାଇଁ ସୁଧୀର ପ୍ରଥମ ଆଥଲେଟ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ଭାରତର ଷଷ୍ଠ ସ୍ବର୍ଣ୍ଣ ପଦକ। ଏହାପୂର୍ବରୁ ମିରାବାଇ ଚାନୁ, ଜେରେମି ଲାଲ୍ରିନ୍ନୁଙ୍ଗା, ଅଚିନ୍ତା ଶେଓଲି, ମହିଳା ଲନ ବଲ ଦଳ ଏବଂ ଟେବୁଲ ଟେନିସ ପୁରୁଷ ଦଳ ସ୍ବର୍ଣ୍ଣ ଜିତିଥିଲେ। ଏଥି ସହିତ, ଏହା ହେଉଛି ମୋଟ ୨୦ ତମ ପଦକ।

Share