ସହରରେ ସୁଧୁରୁନି ଟ୍ରାଫିକ ସମସ୍ୟା

ବରଗଡ଼ ଅଫିସ, ୪।୬: ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇପଡୁଛି। ସହରର ଭଟଲି ଛକ, ଥାନା ଛକ, ଲେଙ୍ଗୁ ମିଶ୍ର-ଲମ୍ବା ବିଲ୍‌ଡିଂ ରାସ୍ତା, ଗାନ୍ଧୀ ଛକ, ଗୁରୁଦ୍ୱାରା ଛକ ଆଦି ସ୍ଥାନରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇପଡିଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ଥିବାବେଳେ ପୋଲିସ ପଇଁତରା ମାରୁଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ଭଳି ହୋଇଛି। ରାସ୍ତାକୁ ମାଡ଼ି ବସି ଜବରଦଖଲ, କୋଠାବାଡ଼ି ନିର୍ମାଣ ଯୋଗୁ ଏଭଳି ସମସ୍ୟା ଉପୁଜିଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟପଟେ ଟ୍ରାଫିକ ସମସ୍ୟା ପାଇଁ ଲୋକେ ହଇରାଣ ହେଉଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ଶନିବାର ରାତି ପ୍ରାୟ ୮ଟାରେ ସହରର ବ୍ୟସ୍ତବହୁଳ ଭଟଲି ଛକରେ ଏଭଳି ସମସ୍ୟା ଲାଗି ରହିଥିଲା। ଉକ୍ତ ଛକରୁ ଗୋଟିଏ ପଟେ ଲମ୍ବା ବିଲ୍‌ଡ଼ିଂ ଏବଂ ଅନ୍ୟପଟେ ଭଟଲି ପଟକୁ ରାସ୍ତା ଯାଇଥିବାବେଳେ ବାକି ଦୁଇ ଦିଗକୁ ବରଗଡ଼-ବଲାଙ୍ଗୀର ରାସ୍ତା ଲମ୍ବିଛି। ବ୍ୟସ୍ତବହୁଳ ଏହି ଛକରେ ଯୋଜନା ବିହୀନ ଭାବେ ବହୁ କୋଠାବାଡ଼ି, ଦୋକାନ, ବଜାର ଆଦି ପ୍ରତିଷ୍ଠାନ ନିର୍ମାଣ କରାଯାଇଥିବା ବେଳେ ସମ୍ମୁଖରେ ୨ଚକିଆ, ୪ଚକିଆ ଯାନଠାରୁ ଆରମ୍ଭ କରି ମାଲବାହୀ ଗାଡ଼ିଗୁଡ଼ିକ ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହୁଛି। ଏଠାରେ ଏକ ଟ୍ରାଫିକ ପୋଷ୍ଟ ରହିଛି। କିନ୍ତୁ ସେଠାରେ ଉପସ୍ଥିତ ଜଣେ, ୨ଜଣ ଟ୍ରାଫିକ କର୍ମଚାରୀଙ୍କ ପକ୍ଷରେ ଟ୍ରାଫିକ ନିୟନ୍ତ୍ରଣ ଅସମ୍ଭବ ହୋଇପଡ଼ୁଛି। ଶନିବାର ଏଭଳି ସ୍ଥିତି ଉପୁଜିଥିବାବେଳେ ଦୀର୍ଘ ସମୟ ଧରି ଲୋକଙ୍କୁ ସେଠାରେ ଅଟକିବାକୁ ପଡ଼ିଥିଲା। ସ୍ଥିତିରେ ସୁଧାର ଆଣିବା ପାଇଁ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନୟାନ୍ତ ହେବାକୁ ପଡ଼ିଥିଲା।
କେବଳ ସହରର ଭଟଲି ଛକ ନୁହେଁ, ଲେଙ୍ଗୁ ମିଶ୍ର ଛକରୁ ଲମ୍ବା ବିଲ୍‌ଡ଼ିଂ ରାସ୍ତା ମଧ୍ୟ ସଙ୍କୁଚିତ ହୋଇପଡ଼ିଛି। ରାସ୍ତା ଉପରେ ଯାନବାହନ ଗୁଡ଼ିକ ରଖାଯାଉଛି। ସେହିପରି ମାଲବାହୀ ଟ୍ରକ, ମିନିଟ୍ରକ ମଧ୍ୟ ରାସ୍ତା ଉପରେ ଦୀର୍ଘ ସମୟ ଧରି ଅଟକି ରହୁଥିବା ଯୋଗୁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନୁରୂପ ଭାବେ ଘରୋଇ ବସଷ୍ଟାଣ୍ଡ ଛକର ଗୋଟିଏ ପଟେ ଭେଡ଼େନ ରାସ୍ତା ଏବଂ ଅନ୍ୟପଟେ କଟାପାଲି ରାସ୍ତା ରହିଥିବାବେଳେ ବାକି ଦୁଇ ଦିଗରେ ବରଗଡ଼-ସମ୍ବଲପୁର ଓ ବରଗଡ଼-ବଲାଙ୍ଗୀର ପଟକୁ ରାସ୍ତା ଲମ୍ବିଛି। ଫଳରେ ସେଠାରେ ମଧ୍ୟ ବିଭିନ୍ନ ସମୟରେ ଟ୍ରାଫିକ୍‌ ଜାମ୍‌ ହେଉଛି। କେତେକ ସ୍ଥାନରେ ୨ଥାକିଆ ରାସ୍ତା ହୋଇଛି। କିନ୍ତୁ ଛକସ୍ଥାନ ଗୁଡ଼ିକରେ ରାସ୍ତା ଜବରଦଖଲ ସହିତ ବିଭିନ୍ନ ପ୍ରତିଷ୍ଠାନ ଗଢ଼ି ଉଠିଥିବାରୁ ଏହି ସମସ୍ୟା ବଢିବାରେ ଲାଗିଛି। ସହରର ଏଭଳି ପ୍ରମୁଖ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

୧୪ ବର୍ଷ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

ପ୍ରଣିତା ହେଲେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, ୨୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ପ୍ରବୋସନାରୀ ଆଇଏଏସ ପ୍ରଣିତା ଦାସ...

୧୪ ବର୍ଷ ପରେ ପୂର୍ବେ ନାବାଳିକାଙ୍କୁ ଦେଇଥିଲେ ଯୌନ ନିର୍ଯାତନା: ଏବେ ମିଳିଲା ଦଣ୍ଡ

ଭବାନୀପାଟଣା,୨୮ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅଞ୍ଚଳରେ ୨୦୨୦ରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି।...

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ବାପା ଗାଡି ଚାଳକ, ଝିଅ ପାଇଲେ ଓଏଏସ୍‌: ଏବେ ମିଳୁଛି ଗଦାଗଦା ପୁରସ୍କାର

ଦାରିଙ୍ଗବାଡି,୨୮।୧୦ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ରୁନିତା ପ୍ରଧାନ ୨୦୨୨ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲାରୁ ୭ ଜଣ ଏହି...

ଦୁର୍ନୀତିକୁ ଦିଆଯିବନି ପ୍ରଶୟ: ଅଙ୍ଗନାୱାଡି କର୍ମୀଙ୍କୁ ଶପଥ ପାଠ କରାଇଲେ ସିଡିପିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏନେଇ ସଚେତନ କରାଯାଉଛି। ଏହି କ୍ରମରେ ଦାରିଙ୍ଗବାଡିର ସମନ୍ବିତ ଶିଶୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri