ସୁଧୁରୁନି ସ୍ବାସ୍ଥ୍ୟସେବା

ନୟାଗଡ,୨୨ା୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ମୁଖ୍ୟ ଚିକିସତ୍ାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଅଭିଯୋଗ ହୋଇ ଆସୁଛି। ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ବିଭିନ୍ନ ସମୟରେ ସାଧାରଣରେ ଦାବି ହୋଇ ଆସୁଥିଲେ ମଧ୍ୟ ଏହାର ପ୍ରତିକାର ହେଉ ନାହିଁ । ସ୍ବାସ୍ଥ୍ୟସେବାକୁ ସୁଧାରିବାକୁ ନୟାଗଡ ହେମେନ୍ଦ୍ର ସେନା ପକ୍ଷରୁ ପ୍ରଥମେ ଜିଲା ମୁଖ୍ୟ ଚିକିସତ୍ାଧିକାରୀ(ସିଡିଏମଓ)ଙ୍କୁ ଓ ପରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଜୁଲାଇ ୩ ସୁଦ୍ଧା ଦାବି ପୂରଣ ନ ହେଲେ ଜୁଲାଇ ୪ରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭିତରେ ଧାରଣା ଦିଆଯିବ ବୋଲି ନୟାଗଡ଼ ହେମେନ୍ଦ୍ର ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।
ଅଭିଯୋଗ ଅନୁସାରେ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଡାକ୍ତର ଅଭାବ ସବୁବେଳେ ଲାଗି ରହିଛି । ଏହାର ସମାଧାନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନି । ସେହିପରି ଚିକିସତ୍ାଳୟ ପରିସରରେ ଆଖି, କର୍ଣ୍ଣ ଓ ନାଶା ବିଭାଗର ଏକ ବହିଃ ରୋଗୀ ବିଭାଗ ସହ ଅସ୍ତ୍ରୋପଚାର କକ୍ଷର ଆବଶ୍ୟକତା ରହିଛି । ହେଲେ ଏହାକୁ ନିର୍ମାଣ କରାଯାଉନି । ଏଣୁ ରୋଗୀ ଆଖି, ନାଶା, କର୍ଣ୍ଣ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ବେସରକାରୀ ଭାବେ ଚିକିସତ୍ିତ ହେଉଛନ୍ତି । ଏଠାରେ ୨ଜଣ ଡାକ୍ତର ଥିବାବେଳେ ରୋଗୀ ଏହାର ସୁଫଳ ନେଇ ପାରୁ ନାହାନ୍ତି । ସେହିଭଳି ଅଲଟ୍ରାସାଉଣ୍ଡ ପରୀକ୍ଷଣ ସପ୍ତାହକୁ ୩ ଦିନ କରାଯାଉଛି । ଏଠାରେ ଏଯାବତ ଅଲଟ୍ରା ସାଉଣ୍ଡ ବିଶେଷଜ୍ଞ ନିଯୁକ୍ତି ହେଉ ନ ଥିବାରୁ ୬ଦିନିଆ ସେବା ମିଳି ପାରୁ ନାହିଁ । ଏଣୁ ଅଲଟ୍ରା ସାଉଣ୍ଡ ବିଶେଷଜ୍ଞ ପଦବୀ ଶୀଘ୍ର ପୂରଣ କରିବା ପାଇଁ ଦାବି ହୋଇ ଆସୁଛି । ଆଇସିୟୁ କରାଯାଇଛି। ହେଲେ କର୍ମଚାରୀ ଓ ଡାକ୍ତର ଅଭାବ ଦର୍ଶାଇ ଆଇସିୟୁକୁ କାର୍ଯ୍ୟକ୍ଷମ କରା ନ ଯାଇ ତାଲା ପକାଇ ରଖା ଯାଇଛି। ଜିଲା ମୁଖ୍ୟ ଚିକିସତ୍ାଳୟରେ ୩ଜଣ ମେଡିସିନ୍‌ ସ୍ପେଶାଲିଷ୍ଟ ଡାକ୍ତର ଓ ଦୁଇ ଜଣ ଆଇସିୟୁ ଚିକିସତ୍ା ଉପରେ ତାଲିମ ନେଇଥିବା ଡାକ୍ତର ଥିବାରୁ ଆଇସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାର ଦାବି ହୋଇ ଆସୁଛି । ଆଇସିୟୁକୁ କାର୍ଯ୍ୟକ୍ଷମ ପାଇଁ ଅତିକମରେ ୨ଟି ଆଇସିୟୁ ବେଡ ଜରୁରୀକାଳୀନ ୱାର୍ଡରେ ପକାଇ ବହିଃ ବିଭାଗରେ ରୋଗୀଙ୍କୁ ଦେଖିବାକୁ ସୁଯୋଗ ଦିଆଯାଉ। ସିଟି ସ୍କାନ ଓ ଏମ୍‌ଆରଆଇ ପରୀକ୍ଷା କରିବାର ବ୍ୟବସ୍ଥା ନାହିଁ । ଏହି ଦୁଇ ସୁବିଧା କିପରି କରାଯାଇ ପାରିବ ସେଥିପ୍ରତି ବ୍ୟବସ୍ଥା କରାଯାଉ । ପୁଣି ପାଥୋଲୋଜି ବିଭାଗରେ କେହି ପାଥୋଲୋଜିଷ୍ଟ ନାହାନ୍ତି। ଟେକ୍‌ନସିଆନମାନେ ପାଥୋଲୋଜିରେ କାମ ଚଳାଉଛନ୍ତି । ଏଣୁ ପାଥୋଲୋଜିଷ୍ଟ ପଦ ଶୀଘ୍ର ପୂରଣ କରିବାର ବ୍ୟବସ୍ଥା ହେଉ । କିଡନୀ ରୋଗୀ ନିମନ୍ତେ ଡାଏଲେସିସ କେନ୍ଦ୍ରରେ ନାନା ଅସୁବିଧା ରହିଛି । ଏହାର ସମାଧାନ କରାଯାଉ । ମୃତଦେହ ପରିବହନ ପାଇଁ ମହାପ୍ରୟାଣ ଥାଇ ନ ଥିଲା ପରି। ସବୁବେଳେ ମହାପୟାଣ ଗାଡି ପ୍ରାୟ ଅଚଳ ରହୁଛି । ଏଣୁ ମହାପ୍ରୟାଣ ଗାଡିକୁ ତୁରନ୍ତ ମରାମତି କରାଯାଇ ମୃତଦେହ ପରିବବହନ ବ୍ୟବସ୍ଥା କରାଯାଉ । ମୃତଦେହ ପରିବହନ ବ୍ୟବସ୍ଥା ନ ଥିବାରୁ ମୃ୍‌ତ ଦେହ ଘରେ ପହଞ୍ଚିଲା ବେଳକୁ ବେଳେବେଳେ କିଛି ଲୋକ ବାଧ୍ୟ ହୋଇ ବାଇକରେ ଆଣୁଛନ୍ତି । ବହୁ ଗରିବ ଲୋକ ଅଯଥାରେ ଘରୋଇ ଆମ୍ବୁଲାନ୍ସରେ ବାଧ୍ୟ ହୋଇ ମୃତଦେହ ଘରକୁ ଆଣି ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ସେହିଭଳି ମେଡିସିନ୍‌ ୱାର୍ଡ ନିକଟରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ଗରମ ଓ ଥଣ୍ଡା ପାଣିର ବ୍ୟବସ୍ଥା କରାଯାଉ । ପୁଣି ରୋଗୀଙ୍କ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ପ୍ରତକ୍ଷାଳୟ ବ୍ୟବସ୍ଥା, ୨୦ଟି ଶୌଚାଳୟ ସହ ରକ୍ଷଣାବେକ୍ଷଣର ଦାୟିତ୍ୱ ନେବାର ବ୍ୟବସ୍ଥା ହେଉ । ବର୍ଣ୍ଣିଙ୍କ ୱାର୍ଡର ପୁନରୁଦ୍ଧାର କରାଯାଉ । ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ନିଯୁକ୍ତି ନେଇଥିବା ଭେଣ୍ଡର ତଥା ଆଉଟ ସୋସିର୍ଂ ଏଜେନ୍ସି କର୍ମଚାରୀଙ୍କ ଦରମା ଠିକରେ ଜମା କରୁ ନ ଥିବା ଅଭିଯୋଗର ତଦନ୍ତ ହେଉ। ଏନେଇ ହେମେନ୍ଦ୍ର ସେନାର ସାଧାରଣ ସମ୍ପାଦକ ଶେଖ ଅବଦୁଲ ଆଜାଦ କୁହନ୍ତି ଗତ ୧୯ ତାରିଖରେ ହେମେନ୍ଦ୍ରେସେନାର ୭ଜଣିଆ ଦଳ ମୋ ନେତୃତ୍ୱରେ ଜିଲାପାଳଙ୍କୁ ଭେଟିଥିଲୁ । ଜିଲାପାଳ ଆମ୍ଭର ଦାବି ଗୁରୁତର ସହ ଶୁଣିଛନ୍ତି। ଯେଉଁ ଗୁଡିକ ଜିଲା ପ୍ରଶାସନ ଦ୍ୱାରା ପୂରଣ ହୋଇ ପାରିବ ସେଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଛି। ସିଡିଏମ୍‌ଙ୍କୁ ଭେଟି ଦାବି ଜଣାଇଥିଲୁ। ଦାବି ପୂରଣ ନ ହେବାରୁ ଜିଲାପାଳଙ୍କୁ ଭେଟିଛୁ । ଦାବି ପୂରଣ ନ ହେଲେ ଜୁଲାଇ ୪ରେ ଧାରଣା ଦିଆଯିବ ବୋଲି କହିଛନ୍ତି। ସିଡିଏମ୍‌ଓ ମକରନ୍ତ ବେଉରା କୁହନ୍ତି, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରୋଗୀଙ୍କୁ ସେବା ଯୋଗାଇବାକୁ ପ୍ରଚେଷ୍ଟା ଜାରି ରହିଛି । ହେମେନ୍ଦ୍ର ସେନା ପକ୍ଷରୁ କିଛି ଦାବି ନେଇ ମୋ ପାଖକୁ ଆସିଥିଲେ। ସେମାନଙ୍କ ସହ ଦାବି ସମ୍ପର୍କରେ ସନ୍ତୋଷଜନକ ଆଲୋଚନା ହୋଇଛି । ତେବେ ପୁଣି ସମାନ ଦାବି ନେଇ ଜିଲାପାଳଙ୍କୁ ଭେଟିଛନ୍ତି। ଏନେଇ ଆମ ପାଖକୁ ଚିଠି ଆସିଛି ବୋଲି କହିଛନ୍ତି ।
୧୧୨ ସ୍ଥାନରେ ୩୦ ଡାକ୍ତର
ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୧୨ ଡାକ୍ତର ପଦବୀ ରହିଛି । ତେବେ ମାତ୍ର ୩୦ ଡାକ୍ତର ଅଛନ୍ତି । ଅନ୍ୟପକ୍ଷେ ସରକାର ନୂଆକରି ୩୫ ଡାକ୍ତର ନିଯୁକ୍ତି କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୫ ଡାକ୍ତର କାର୍ଯ୍ୟରେ ଯୋଗ ଦେଇ ୬ଜଣ ପିଜି କରିବାକୁ ଚାଲିଗଲେଣି । ଆଉ କିଛି ପିଜି କରିବାକୁ ଯିବାକୁ ରହିଛି । ବର୍ତ୍ତମାନ ଜିଲା ମୁଖ୍ୟ ଚିକିସତ୍ାଳୟର ଡାକ୍ତର ସଂଖ୍ୟା ୫୯ରେ ରହିଛି । ଜିଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ୨୯ ଡାକ୍ତର ନିୟୋଜିତ ପରେ ପୁଣି ଜିଲା ମୁଖ୍ୟ ଚିକିସତ୍ାଳୟର ଡାକ୍ତରଙ୍କ ସଂଖ୍ୟା ହ୍ରାସ ପାଇବବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image