ସୁଢ଼ି ଆମ୍ବର ଆଦର କମୁଛି

କେନ୍ଦୁଝର,୨୮।୬ (ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାର ବଣପାହାଡ଼ ତଥା ବାଡ଼ି ବଗିଚାରେ ଫଳୁଥିବା ଦେଶୀ ଆମ୍ବ(ସ୍ଥାନୀୟ ଭାଷାରେ ସୁଢ଼ି ଆମ୍ବ)ର ଆଦର କମୁଛି। ଏହାର ସ୍ଥାନ ବିଭିନ୍ନ ପ୍ରକାର ମିଠା କଲମୀ ଆମ୍ବ ନେବାକୁ ବସିଛି। ଲୋପପାଇବାକୁ ବସିଥିବା ଦେଶୀ ଆମ୍ବର ଖଟାମିଠା ସ୍ବାଦ, ସ୍ବାସ୍ଥ୍ୟଗତ ଉପାଦେୟତା ଆଦିକୁ ନେଇ ପୁରୁଖା ଲୋକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି। ଫଳରେ ଗାଁ ମୁଣ୍ଡରେ ଆଉ ଦେଶୀ ଆମ୍ବତୋଟା ଦେଖିବାକୁ ମିଳୁନାହିଁ। ବିଶେଷତଃ ସହରୀକରଣ ଆମ୍ବତୋଟା ଲୋପ ପାଇବାର ମୁଖ୍ୟ କାରଣ ହୋଇଛି। ଅନ୍ୟପକ୍ଷେ ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆମ୍ବଗଛ ନଷ୍ଟହେବା ସହ ଫଳ କମୁଛି।
ଆଗରୁ ବଣଜଙ୍ଗଲ ବ୍ୟତୀତ ପ୍ରତ୍ୟେକ ଗ୍ରାମର ବିଲ, ବାଡ଼ିବଗିଚା, ରାସ୍ତାକଡ଼ରେ ବହୁ ସଂଖ୍ୟାରେ ଆମ୍ବ ଗଛ ଦେଖିବାକୁ ମିଳୁଥିଲା। ଗାଁଗୁଡ଼ିକରେ ଆମ୍ବତୋଟା ମଧ୍ୟ ଥିଲା। ଗ୍ରାମର ଲୋକମାନେ ବିଶେଷକରି ବନବାସୀମାନେ ଆମ୍ବ ଋତୁରେ ବଣଜଙ୍ଗଲ, ତୋଟା ତଥା ରାସ୍ତାଘାଟରୁ ଆମ୍ବ ସଂଗ୍ରହକରି ନିଜେ ଖାଇବା ସହ ହାଟବଜାର ତଥା ରାସ୍ତା କଡ଼ରେ ବସି ବିକ୍ରିକରି ୨ପଇସା ରୋଜଗାର କରୁଥିଲେ। ସେଥିରେ ତେଲଲୁଣ ସଂସାର ଚଳାଉଥିଲେ। କଞ୍ଚା ଆମ୍ବରୁ ଆମ୍ବୁଲ, ଆଚାର, ଖଟା ଆଦି ପ୍ରସ୍ତୁତ କରାଯାଇ ବିକ୍ରି ହେଉଥିଲା। ପାଚିଲା ଆମ୍ବକୁ ମଧ୍ୟ ଖଟା କରି କିମ୍ବା ଏହାର ରସକୁ ବାହାରକରି ଖାଇଥାନ୍ତି। ଦେଶୀ ଆମ୍ବତୋଟା ଲୋପ ପାଇଯାଇଥିବାରୁ ଆମ୍ବ ମିଳୁନାହିଁ। ଏହା ବଦଳରେ କମ୍‌ ଜାଗାରେ ଛୋଟ ଗଛରୁ ଫଳ ହେଉଥିବା କଲମୀ ଆମ୍ବ ଗଛ ଚାରା ରୋପଣ କରାଯାଉଛି। ଏବେ ଜଙ୍ଗଲରେ ଥିବା କିଛି ଗଛରୁ ବନବାସୀ ଆମ୍ବ ସଂଗ୍ରହକରି ବୋଝରେ ଆଣି ହାଟ, ରସ୍ତାକଡ଼ରେ ପସରା ପକାଇ ବିକ୍ରି କରୁଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହୁଥିଲେ ହେଁ ମାକେର୍ଟରେ ପ୍ରଚୁର ପରିମାଣରେ କଲମୀ ଆମ୍ବର ଚାହିଦା ରହୁଥିବାରୁ ଦେଶୀ ଆମ୍ବର ବିକ୍ରି ଭଲ ହେଉନାହିଁ। ଭାଗ ୨୦ ଟଙ୍କା ବା କିଲୋ ପ୍ରତି ୫ ରୁ ୧୦ ଟଙ୍କାରେ ବିକ୍ରି କରିଥାଆନ୍ତି। ଚାହିଦା ନ ଥିବାରୁ ବ୍ୟବସାୟୀ ମଧ୍ୟ କିଣୁିନାହାନ୍ତି। କଲମୀ ଆମ୍ବକୁ ସରକାର ପ୍ରୋତ୍ସାହନ ଦେଉଥିବାରୁ ଦେଶୀ ଆମ୍ବ ଅଲୋଡ଼ା ହୋଇପଡୁଛି।
ପରିବେଶବିତ ହରେକୃଷ୍ଣ ମହାନ୍ତ କହିଛନ୍ତି, କଲମୀ ଆମ୍ବର ସ୍ବାଦ ଅଧିକ ଥିଲେ ହେଁ ଏହା ଦେଶୀ ଆମ୍ବର ସ୍ବାଦକୁ ପରିଶୋଧ କରିପାରିବ ନାହିଁ। ଦେଶୀ ଆମ୍ବ ଗଛ ପରିବେଶକୁ ଯେଉଁଭଳି ଶହ ଶହ ବର୍ଷ ଧରି ସୁରକ୍ଷା ଦେଇଥାଏ, ସେଭଳି କଲମୀ ଆମ୍ବ ଗଛ ସୁରକ୍ଷା ଦେଇପାରିବ ନାହିଁ ା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି, ଆଗରୁ ଲୋକମାନେ ଆମ୍ବ ଗଛ ଲଗାଇବାକୁ ପୁଣ୍ୟ କାମ କହୁଥିଲେ ଅର୍ଥାତ୍‌ ନାତିନାତୁଣୀଙ୍କ ପାଇଁ ଲଗାଉଥିଲେ। ଆମ୍ବ ଗଛ ଅନେକଙ୍କୁ ଫଳ ଦେବା ସହ ଛାଇ, ସ୍ବାସ୍ଥ୍ୟକର ପରିବେଶ, ବାୟୁ ଯୋଗାଇବାରେ ସହାୟକ ହେଉଥିଲା। ଶୁଆକାଟି ନିବାସୀ ଦସରୁ ମୁଣ୍ଡା କହିଛନ୍ତି, ଜଙ୍ଗଲ ନଷ୍ଟ ହେଲା, ଆମ୍ବ, ପଣସ ଆଦି ଫଳ ଗଛ ନଷ୍ଟହେଲା। ଓର୍‌ମାସ ମୁଖ୍ୟ ନିର୍ବାହୀ ସପନ ଗୋସ୍ବାମୀ କହିଛନ୍ତି, ଏଭଳି ଜଙ୍ଗଲ ଜାତ ଫଳର କିଣାବିକା ପାଇଁ ବ୍ୟବସ୍ଥା ନାହିଁ। ଶୀତଳ ଭଣ୍ଡାର ମଧ୍ୟ ନାହିଁ। ଲୋକମାନେ ନିଜେ ସଂଗ୍ରହକରି ବଜାରରେ ବିକିଥାନ୍ତି। ବିଭିନ୍ନ ସ୍ଥାନରେ ମହିଳା ଗୋଷ୍ଠୀମାନଙ୍କୁ ଆମ୍ବର ପ୍ରକ୍ରିୟାକରଣ କରିବା ନେଇ ତାଲିମ ଦିଆଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

ହସ ଖୁସିର ସଂସାର ଉଜାଡି ଦେଲା କ୍ୟାନ୍ସର: ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଆକାଶ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):ଦିନ ଥିଲା ଗାଡି ଚଳାଇ ଘରକୁ ବଡ଼ ହସ ଖୁସିରେ ଚଳାଉଥିଲେ। ଦିନ ରାତି ପରିଶ୍ରମ କରିବାକୁ ପଛାଉ ନ ଥିଲେ।...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri