ବରୀ ବ୍ଲକ: ଦୟନୀୟ ଅବସ୍ଥାରେ ବନ୍ୟା ବିପନ୍ନ

ବରୀ, ୫।୧୦ (ଡି.ଏନ୍‌.ଏ.): ବନ୍ୟା ପ୍ରବାବିତ ପରିବାରକୁ ୫୦ କି.ଗ୍ରା. ଚାଉଳ ଓ ୫ଶହ ଟଙ୍କା ଲେଖାଏ ରିଲିଫ ଯୋଗାଣ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ମାସେ ପୁରିଥିଲେ ବି ଏ ଯାଏ ସବୁ ବିପନ୍ନ ପରିବାରକୁ ରିଲିଫ ମିଳିପାରିନାହିଁ। ବନ୍ୟାରେ ଯାଜପୁର ଜିଲା ବରୀ ବ୍ଲକ ସର୍ବାଧିକ କ୍ଷତି ହୋଇଥିବା ବେଳେ ରିଲିଫ ବଣ୍ଟନରେ ଅନିୟମିତତା ନେଇ ସବୁଠୁ ଅଧିକ ଅଭିଯୋଗ ମଧ୍ୟ ବରୀ ବ୍ଲକରୁ ଆସିଛି। ଏ ସମ୍ପର୍କିତ ବହୁ ଅଭିଯୋଗ ଇତିମଧ୍ୟରେ ଜିଲା ଓ ବ୍ଲକ ପ୍ରଶାସନ ନିକଟରେ ପହଞ୍ଚତ୍ଛି। ଏଭଳି ଆଉ ଏକ ଅଭିଯୋଗ ଆସିଛି ବରୀ ବ୍ଲକ ରତ୍ନଗିରି ପଞ୍ଚାୟତରୁ। ରତ୍ନଗିରି ପଞ୍ଚାୟତ ପାଟଣା ଗ୍ରାମର ଦିବ୍ୟାଙ୍ଗ ବିଜ୍ଞାନ ଜେନା(୨୮) ଓ ସେହି ଗ୍ରାମର ସ୍ବାମୀ ପରିତ୍ୟକ୍ତା ଡଲି ବାରିକ(୩୦)ଙ୍କ ପରିବାରକୁ ରିଲିଫ ମିଳି ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବନ୍ୟା ବିପନ୍ନ ପରିବାର ତାଲିକାରେ ଡଲି ଓ ବିଜ୍ଞାନଙ୍କ ପରିବାରର ନଁା ନ ଥିବାରୁ ସେମାନଙ୍କୁ ରିଲିଫ ମିଳି ନ ଥିବା ଜଣାଯାଇଛି। ପ୍ରଭାବିତ ତାଲିକାରେ ଅନେକ ଅଯୋଗ୍ୟଙ୍କ ନଁା ରହିଥିଲେ ବି ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ଉକ୍ତ ଦୁଇ ପରିବାରକୁ ସାମିଲ କରାଯାଇନି। ଫଳରେ ତାଲିକା ପ୍ରସ୍ତୁତି ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ୍ୟା ପରଠୁ ଏକାଧିକ ଥର ପ୍ରଶାସନିକ ଅଧିକାରୀଙ୍କୁ ଭେଟି ରିଲିଫ ପାଇଁ ନିବେଦନ କରିଥିଲେ ବି କିଛି ଲାଭ ମିଳିଲାନି ବୋଲି ଡଲି କହିଥିବା ବେଳେ ବିଜ୍ଞାନଙ୍କ ପରିବାର ଲୋକେ ସମାନ କଥା କହିଛନ୍ତି। ଏ ନେଇ ରତ୍ନଗିରି ସରପଞ୍ଚ ଅଶୋକ ଜେନାଙ୍କୁ ପଚାରିବାରେ, ଉଭୟ ଅତ୍ୟନ୍ତ ଗରିବ। ସେମାନେ ରିଲିଫ ପାଇବାକୁ ଯୋଗ୍ୟ, ମାତ୍ର ତାଲିକାରେ ତ୍ରୁଟି ଯୋଗୁ ସେମାନେ ଏହି ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେମେଷ୍ଟ୍ରି ପେପର ଖରାପ ହୋଇଛି ୪ ହଜାର ଟଙ୍କା ଦେଲେ ପାସ ମାର୍କ ମିଳିବ: ଆସୁଛି ଫୋନ କଲ,

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟ ବିଜ୍ଞାନ ଛାତ୍ରୀଛାତ୍ରମାନଙ୍କ ଅଭିଭାବକମାନଙ୍କୁ ଗତ ଦୁଇଦିନ ହେଲା ଏକ ଫୋନ କଲ ଆସୁଛି। ତୁମ ପିଲାର କେମେଷ୍ଟ୍ରି ପେପର ଖରାପ...

ମାଙ୍କଡ଼ କାମୁଡ଼ାରେ ୪ ଆହତ

ଗଞ୍ଜାମ,୨୨ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ ଖେଳାଇଛି। ସେହି ମାଙ୍କଡ଼ କାମୁଡାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ଗ୍ରାମର...

ଦିଗପହଣ୍ଡିରେ ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ: ଶ୍ରୀରାମଚରିତ ସମଗ୍ର ମାନବ ଜାତିର ମାର୍ଗଦର୍ଶକ

ଦିଗପହଣ୍ଡି,୨୨|୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ରାଜବାଟି ସିଂହଦ୍ଵାର ସମ୍ମୁଖରେ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image