ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ସୁଗନ୍ଧା-ସଙ୍କେତ

ବମ୍ବେ: ହାତକୁ ଦୁଇ ହାତ ହେବେ ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରା। ପେସାରେ ଡାକ୍ତର ତଥା କମେଡିଆନ୍‌ ଭାବେ ଜଣାଶୁଣା ସଙ୍କେତ ଭୋସଲେଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ନିର୍ବନ୍ଧ ସରିଛି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି ଖବର ଜଣାଇଛନ୍ତି।

ଛୋଟ ପରଦାର ଅନେକ କମେଡି କାର୍ଯ୍ୟକ୍ରମରେ ସୁଗନ୍ଧାଓ ସଙ୍କେତଙ୍କୁ ଦେଖିବାକୁ ମିଳେ। ସୁଗନ୍ଧା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’ରେ ନଜର ଆସୁଥିବା ବେଳେ ସଞ୍ଜୟ ଦତ୍ତଙ୍କ ନକଲ କରିବାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସଙ୍କେତ।

ସୁଗନ୍ଧା ନିର୍ବନ୍ଧ ସରିଥିବା ନେଇ ଉଭୟଙ୍କ ଏକ ଫଟୋ ଶେୟାର କରି ଲେଖିଛନ୍ତି, ସବୁଦିନ ପାଇଁ। ବିବାହ କରିବାକୁ ଯାଉଛି। ପାଓ୍ବାର କପଲ୍‌। ସେହିଭଳି ସଙ୍କେତ ମଧ୍ୟ ଅନୁରୂପ ଭାବେ ଉଭୟଙ୍କ ଫଟୋ ଶେୟାର କରିଛନ୍ତି। ଉଭୟଙ୍କୁ ପ୍ରଶଂସକଙ୍କ ସହ ସାଥୀ କଳାକାର ତଥା ଶୁଭଚିନ୍ତକମାନଙ୍କ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Share