Categories: ଜାତୀୟ

ମହାରାଷ୍ଟ୍ର ସୁଗାର ମିଲରେ ଫାଟିଲା ବଏଲର, ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୨୬ ।୨: ମହାରାଷ୍ଟ୍ରର ଅହମଦନଗର ଜିଲାରେ ଏକ ସୁଗାର ମିଲରେ ଶନିବାର ବଏଲର ଫାଟି ଯିବାରୁ ଏକ ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି କି ନିଆଁ ଲାଗିବାରୁ ୪ଟି ଟାଙ୍କି ଫାଟି ଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଘଟଣା ଘଟିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନ ଥିଲା । ଏହି ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପ୍ରାୟ ଏକ ଡଜନ ଫାୟାର ବ୍ରିଗେଡ ଗାଡି ପହଞ୍ଚିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଏହା ଦୃଶ୍ୟ ହେଉଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଅହମଦନଗରର ଗଙ୍ଗାମାଇ ସୁଗର ମିଲର ଡିଷ୍ଟଲି ୟୁନିଟରେ ଏହି ବିସ୍ଫୋରଣ ହୋଇଛି । ଫଳରେ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ତେବେ ଏହି ଘଟଣାର ଠିକ ପୂର୍ବରୁ ଫ୍ୟାକ୍ଟ୍ରିରେ କାମ କରୁଥିବା ପ୍ରାୟ ୩୦ ଜଣ ଶ୍ରମିକ ବାହାରକୁ ଚାଲି ଆସିଥିଲେ । ଏହାର କିଛି ମିନିଟ ମଧ୍ୟରେ ବିସ୍ଫୋରଣ ହୋଇଥିଲା । ଭିତରେ ଥିବା ୩୨ ଜଣଙ୍କ ମଧ୍ୟରୁ ୩୦ ଜଣ ସୁରକ୍ଷିତ ବାହାରକୁ ଚାଲି ଆସିଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି ।

Share