ପାକିସ୍ତାନରେ ଚିନି ଦାମ କିଲୋଗ୍ରାମ ପିଛା ୧୬୦ ଛୁଇଁଲା, ଅଟା ୩୨୦…

ଇସଲାମାବାଦ,୧୭।୭ : ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ ପାକିସ୍ତାନର ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ଗତ କିଛି ସପ୍ତାହ ଧରି ଦେଶରେ ଅଟା ମୂଲ୍ୟ ଆକାଶଛୁଆଁ ହୋଇପଡିଛି। ଅଟା ମୂଲ୍ୟ କରାଚି ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ସମସ୍ତ ରେକର୍ଡ ଭାଙ୍ଗିଛି। ପାକିସ୍ତାନର କରାଚିରେ ୨୦ କିଲୋଗ୍ରାମ ଗହମ ଅଟା ୩୨୦୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି। ଅର୍ଥାତ ୧ କିଲୋଗ୍ରାମ ଅଟା ମୂଲ୍ୟ ୩୨୦ ଟଙ୍କା ହୋଇଛି।

ଯଦି କୁହାଯାଏ ଯେ ପାକିସ୍ତାନର ଲୋକମାନେ ବୋଧହୁଏ ଦୁନିଆର ‘ସବୁଠାରୁ ମହଙ୍ଗା’ ଅଟା କିଣୁଛନ୍ତି, ତେବେ ଏହା ଭୁଲ ହେବ ନାହିଁ। ସରକାରୀ ସବସିଡିଯୁକ୍ତ ଅଟା ପାଇଁ ଲମ୍ବା ଧାଡି ଦେଖାଯାଉଛି । ସେହିପରି ଚିନି ଦାମ କିଲୋଗ୍ରାମ ପିଛା ୧୬୦ ଟଙ୍କାରେ ପହଞ୍ଚିଛି।

Share