ନୂଆଦିଲ୍ଲୀ: ଚଳିତ ବର୍ଷ ସାରା ଦେଶରେ ଚିନି ଉତ୍ପାଦନ ବେଶ୍ ଉନ୍ନତ ରହିଛି। ୧୫ ନଭେମ୍ବର ସୁଦ୍ଧା ସାରା ଦେଶରେ ୧୪ ଲକ୍ଷ ଟନ୍ ଚିନି ଉତ୍ପାଦନ ହୋଇଛି। ଏହା ଗତ ବର୍ଷ ସମାନ ସିଜନ ତୁଳନାରେ ପ୍ରାୟ ୩ ଗୁଣ ଅଧିକ। ଇଣ୍ଡିଆନ ସୁଗାର ମିଲ୍ ଆସୋସିଏଶନ(ଆଇଏସ୍ଏମ୍ଏ) ମୁତାବକ, ୨୭୪ ଚିନି ମିଲ୍ ୧୪.୧୦ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଛନ୍ତି। ଗତ ବର୍ଷ ଏହି ଅବଧିରେ ୧୨୭ ମିଲ୍ ୪.୮୪ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଥିଲେ। ଉତ୍ତର ପ୍ରଦେଶର ୭୬ ମିଲ୍ ୩.୮୫ ଲକ୍ଷ ଟନ୍ ଚିନି ଉତ୍ପାଦନ କରିଛନ୍ତି। ଗତବର୍ଷ ଏହା ୨.୯୩ ଲକ୍ଷ ଟନ୍ ରହିଥିଲା। ସେହିଭଳି ମହାରାଷ୍ଟ୍ରର ୧୧୭ ମିଲ୍ରେ ୫.୬୫ ଲକ୍ଷ ଟନ୍, କର୍ନାଟକ ୪୯ ମିଲ୍ରେ ୩.୪୦ ଲକ୍ଷ ଟନ୍ ଏବଂ ଗୁଜରାଟର ୧୪ ମିଲ୍ରେ ୮୦ ହଜାର ଟନ୍ ଉତ୍ପାଦନ ହୋଇଛି। ଚଳିତ ବର୍ଷ ମଧ୍ୟ ଚାହିଦାଠାରୁ ଚିନି ଉତ୍ପାଦନ ଉନ୍ନତ ହେବ ବୋଲି ଆକଳନ କରାଯାଇଛି।