Categories: ବାଣିଜ୍ୟ

୪% କମିପାରେ ଚିନି ଉପତ୍ାଦନ

ଭୁବନେଶ୍ୱର,୩୦।୧: ଦେଶରେ ଚିନି ଉତ୍ପାଦନ ବାର୍ଷିକ ପ୍ରାୟ ୪ ପ୍ରତିଶତ ହ୍ରାସ ପାଇ ୨୦୨୩-୨୪ରେ (ଅକ୍ଟୋବର-ସେପ୍ଟେମ୍ବର) ୩୧.୬ ନିୟୁତ ଟନରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛ। ଏହାର ପ୍ରଥମ ଉତ୍ପାଦନ ଆକଳନ ପ୍ରକାଶ କରି ଚିନି ବାଣିଜ୍ୟ ସଂସ୍ଥା ଅଲ ଇଣ୍ଡିଆ ସୁଗାର ଟ୍ରେଡ୍‌ ଆସୋସିଏସନ (ଏଆଇଏସଟିଏ) କହିଛି ଯେ, ଆନୁମାନିକ ଚିନି ଉତ୍ପାଦନ ୩.୧୬ କୋଟି ଟନ ଏବଂ ପ୍ରାରମ୍ଭିକ ସଂରକ୍ଷଣ ୫୭ ଲକ୍ଷ ଟନ ସହିତ ଦେଶରେ ଚିନି ଉପଲବ୍ଧତା ୩.୭୩ କୋଟି ଟନ ରହିଥିବାବେଳେ ଆନୁମାନିକ ଘରୋଇ ବ୍ୟବହାର ୨୯ ନିୟୁତ ଟନରୁ ଅଧିକ।
ଏଆଇଏସଟିଏ ଅନୁଯାୟୀ, ୨୦୨୩-୨୪ରେ ଚିନିର ଅନ୍ତିମ ଷ୍ଟକ ପ୍ରାୟ ୮୨ ଲକ୍ଷ ଟନ ହେବ। ଅଲ ଏଆଇଏସଟିଏର ଅଧ୍ୟକ୍ଷ ପ୍ରଫୁଲ୍ଲ ବିଠଲାନି କହିଛନ୍ତି ଯେ, ପ୍ରଥମ ଆକଳନଟି ବ୍ୟବହୃତ ଆଖୁ ପରିମାଣ, ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଅମଳ ଏବଂ ପୁନରୁଦ୍ଧାର ହାର, ଅବଶିଷ୍ଟ ସ୍ଥାୟୀ ଫସଲ ଏବଂ ଇଥାନଲ ଉତ୍ପାଦନ ପାଇଁ ସୁକ୍ରୋଜ୍‌ର ଆବଶ୍ୟକତା ଉପରେ ଆଧାରିତ। ଉତ୍ପାଦନ ଆକଳନରେ ୩ ପ୍ରତିଶତ ପାର୍ଥକ୍ୟ ଆସିପାରେ ବୋଲି ସେ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଉତ୍ତରପ୍ରଦେଶରେ ଚିନି ଉତ୍ପାଦନ ୧.୧୭ କୋଟି ଟନରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେହି ଅବଧିରେ ମହାରାଷ୍ଟ୍ରରେ ୯୬ ଲକ୍ଷ ଟନ ଏବଂ କର୍ଣ୍ଣାଟକରେ ୪୭ ଲକ୍ଷ ଟନ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି।

Share