ସୁହାନାଙ୍କୁ ମିଳିଲା ପ୍ରଥମ ବିଜ୍ଞାପନ, ଖୁସିରେ ପାଗଳ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଖୁବ୍‌ଶୀଘ୍ର ଫିଲ୍ମ ‘ଦି ଆର୍କିଜ’ ସହିତ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ ସୁହାନା ଏକ ଅଗ୍ରଣୀ ମେକଅପ୍‌ ବ୍ରାଣ୍ଡ୍‌ର ବିଜ୍ଞାପନରେ ନଜର ଆସିଛନ୍ତି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସୁହାନା ଏକ ଲାଲ୍‌ ରଙ୍ଗର ଶାଢ଼ି ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍‌ ହଟ୍‌ ଦିଶୁଥିଲେ।

ପ୍ରଥମ ଥର ପାଇଁ ସୁହାନା ଗଣମାଧ୍ୟମ ସାମ୍ନାରେ ଠିଆ ହୋଇଥିଲେ। ସେ ଗଣମାଧ୍ୟମର ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ପିତା ଶାହାରୁଖ ଖାନ୍‌ ଏହି ସବୁ କଥାକୁ ଲକ୍ଷ୍ୟ କରି ପ୍ରସ୍ତୁତ ଏକ ଭିଡିଓ ଶେୟାର କରିଛନ୍ତି। ସେ ତାଙ୍କ ଝିଅଙ୍କୁ ପ୍ରଶଂସା କରିଛନ୍ତି। ଶାହାରୁଖ ଟୁଇଟରରେ ଲେଖିଛନ୍ତି, ‘ବେଟା, ବ୍ରାଣ୍ଡ ପାଇଁ ଅଭିନନ୍ଦନ। ତୁମେ ବହୁତ ସୁନ୍ଦର ଦେଖାଯାଉଥିଲ। ତୁମେ ବହୁତ ଭଲ, ଉଜ୍ଜ୍ୱଳ କଥା କହିଛ । ଯଦି ମୁଁ ନିଜ ପାଇଁ କହିବି,  ତୁମକୁ ଭଲ ଭାବରେ ଲାଳନପାଳନ କରିଛି। ଲଭ୍‌ ୟୁ ମାଇଁ ଲିଲି ଲେଡି ଇନ୍‌ ରେଡ୍‌।

ସୁହାନା ବି ପିତାଙ୍କ ଟୁଇଟରରେ ପ୍ରତିକ୍ରିୟା ଲେଖିଛନ୍ତି, ‘ଲଭ ୟୁ, ଏତେ ସୁନ୍ଦର’। ମୁଁ ତୁମକୁ ଭଲ ପାଏ, ବହୁତ ସୁନ୍ଦର।’ ପିତା ଏବଂ ଝିଅଙ୍କ ମଧ୍ୟରେ ଏହି ମଜାଦାର ବାର୍ତ୍ତାଳାପକୁ ପ୍ରଶଂସକମାନେ ପସନ୍ଦ କରିଛନ୍ତି। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଭାଇରାଲ ହୋଇଛି।

Share