ଆଲିଆଙ୍କୁ ପ୍ରଶଂସା କରି ଟ୍ରୋଲ ହେଲେ ସୁହାନା

ଶାହାରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ମୁକ୍ତିଲାଭ କରିବ। ସୁହାନା ଏବେ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। କିନ୍ତୁ ମଝିରେ ମଝିରେ ସେ ଏପରି କିଛି କହିଦେଉଛନ୍ତି ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତୀ। ନିକଟରେ ସୁହାନା ଆଲିଆ ଭଟ୍ଟଙ୍କୁ ତା ଆଦର୍ଶ ବୋଲି କହିଥିଲେ। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି।
ପରିବେଶ ସୁରକ୍ଷା କ୍ଷେତ୍ରରେ ଯୁବକଙ୍କ ଭୂମିକା ବିଷୟରେ ନିକଟରେ ହୋଇଥିବା ଏକ ଆଲୋଚନାରେ ସୁହାନା ଆଲିଆଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ, ନୂଆ କିଣିବା ପରିବର୍ତ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାଙ୍କ ବିବାହ ଶାଢିକୁ ପୁନରାବୃତ୍ତି କରି ସେ ପରିବେଶ ପାଇଁ ନିଜ ଯୋଗଦାନ ଦେଇଥିଲେ। ମୁଁ ଭାବୁଛି ଏହା ଅବିଶ୍ୱସନୀୟ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା। ସୁହାନା ଏକ ପୋଷାକର ପୁନରାବୃତ୍ତି କରି ପରିବେଶରେ ‘ଅବଦାନ’ ବୋଲି କହିଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି। ୟୁଜର୍ସ କହିଛନ୍ତି, ପୋଷାକର ପୁନରାବୃତ୍ତି ଅତ୍ୟନ୍ତ ସାଧାରଣ, କିନ୍ତୁ ସୁହାନା ଯେପରି ଆଲିଆଙ୍କ ଉଦାହରଣ ଦେଇଥିଲେ ଏବଂ ଏହାକୁ ପ୍ରଶଂସନୀୟ କାର୍ଯ୍ୟ ବୋଲି କହିବା ଆଶ୍ଚର୍ଯ୍ୟଜନକ।

Share